ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ସ୍କୁଲର ୨୨ ତମ ବାର୍ଷିକ ଉତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଝଲସିଲେ ଶିଶୁ ସୈନିକ ନିମାପଡ଼ା

ନିମାପଡ଼ା (BT) ଶିକ୍ଷା ସହିତ ସଂସ୍କାର ଓ ଶୃଙ୍ଖଳାର ସମନ୍ୱୟ ରକ୍ଷା କରି ଆସୁଥିବା ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଗୋପାଳପୁର ଛକସ୍ଥିତ ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ସ୍କୁଲର ୨୨ ତମ ବାର୍ଷିକ ଉତ୍ସବ ଗତକାଲି ସନ୍ଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଅତିଥି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ପୂର୍ବତନ ସରପଞ୍ଚ ପ୍ରଦୀପ୍ତ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ (ABEO) ସୁଦର୍ଶନ ଭୋଇ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୁବ ସାମ୍ବାଦିକ ବିକାଶ ଚନ୍ଦ୍ର ବାରିକ ଯୋଗଦେଇ ଶିକ୍ଷାର୍ଥୀଙ୍କ ଜୀବନରେ ଶୃଙ୍ଖଳା ଓ ଦେଶପ୍ରେମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ସମ୍ମାନିତ ଅତିଥି ଭାବେ ନିମାପଡ଼ା ପ୍ରେସ କ୍ଲବ ସଭାପତି ଅକ୍ଷୟ କୁମାର ବେହେରା ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ଖଟୋଇ ମଞ୍ଚାସୀନ ହୋଇ ଶିଶୁ ସୈନିକମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିଦ୍ୟାଳୟର ପ୍ରଗତି ପଛରେ ଶିକ୍ଷକ ଓ ଅଭିଭାବକଙ୍କ ମିଳିତ ସହଯୋଗ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ବର୍ଷସାରା ବିଭିନ୍ନ ପ୍ରତିଯୋଗିତା ତଥା ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଶିଶୁ ସୈନିକମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବିଶେଷ କରି ବିଦ୍ୟାଳୟର ସମ୍ପାଦକ ବିରଞ୍ଜନ ମଲ୍ଲିକ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ସ୍ୱରୂପ ଅର୍ଥରାଶି ପ୍ରଦାନ କରିଥିଲେ ।
ସଭା କାର୍ଯ୍ୟ ପରେ ଆରମ୍ଭ ହୋଇଥିଲା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ‘ଅପରେସନ୍ ସିନ୍ଦୂର’ ଓ ‘ପରି ନୃତ୍ୟ’ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା। ପିଲାମାନଙ୍କର ସୁନ୍ଦର ଅଭିନୟ ଓ ନୃତ୍ୟ ଚାତୁରୀ ସମସ୍ତଙ୍କ ମନ ଜିଣିନେଇଥିଲା।
ସମ୍ପୂର୍ଣ୍ଣ ମଞ୍ଚ ପରିଚାଳନା ସତ୍ୟ ରଞ୍ଜନ ରାଉତରାୟ କରିଥିବା ବେଳେ, ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା କାଦମ୍ବିନୀ ମଲ୍ଲିକ ଏବଂ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ ।ଶେଷରେ ସମ୍ପାଦକ ବିରଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *