ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡା ଗୋପ ଚାଷୀକୂଳ ଦିଏ ଆହ୍ୱାନ , ସଫଳ ହେଉ କୁଶଭଦ୍ରା ବଞ୍ଚାଅ ଅଭିଯାନ

ନିମାପଡା (BT) ଆଜି ନିମାପଡା ଗୋପ ଅଞ୍ଚଳର ବୃହତ୍ତର ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଯୋଜନାବଦ୍ଧ ପଦକ୍ଷେପ ଭିତ୍ତିରେ “କୁଶଭଦ୍ରା ବଞ୍ଚାଅ ଅଭିଯାନ ସଫଳ କରିବା ପାଇଁ କୁଶଭଦ୍ରା ବଞ୍ଚାଅ ଅଭିଯାନ ର ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ଉପଦେଷ୍ଟା ସମିତି ମୁଖ୍ୟ ଅଜୟ କୁମାର ମିଶ୍ର, କାର୍ଯ୍ୟକାରୀ ସମିତି ମୁଖ୍ୟ ରଂଜିତ ରଥ, ଅଜୟ କୁମାର ପଣ୍ଡା ପ୍ରମୁଖ ପାଟପୁର ଗାଁ ନିକଟବର୍ତ୍ତୀ ନଈ କୂଳରେ ପହଂଚି ଚାଷୀ, ସାଧାରଣ ଲୋକ, ଗାଁ ର ମୁରବୀ, ଯୁବବର୍ଗ ଙ୍କ ସହିତ ମିଶି ଜରାଜୀର୍ଣ୍ଣ କୁଶଭଦ୍ରା ଯୋଗୁଁ ନିମାପଡା ଏନ.ଏ.ସି ଅଂଚଳରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଯଥା ଭୂତଳ ଜଳସ୍ତର ହ୍ରାସ, ପଶୁ ସମ୍ପଦ ଙ୍କ ପାଇଁ ଜଳାଭାବ, ଚାଷ ପାଇଁ ପାଣି ର ଅଭାବ ଭଳି ସମସ୍ୟା ସଂକ୍ରାନ୍ତରେ ବୁଝିବା ସହିତ ଅଭିଯାନ ଦ୍ୱାରା ନିଆ ଯାଉଥିବା ବିଭିନ୍ନ ଜନାଭିମୁଖୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *