ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ପାଟପୁରରେ ପାଗଳା ମାଙ୍କଡ଼ର ଆତଙ୍କ; ୬ ଜଣ ଆହତ, ବନ ବିଭାଗର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ

ନିମାପଡ଼ା, ତା. ୫/୮ (ବିଭୂତି ଟିଭି): ନିମାପଡ଼ା ଏନଏସି ଅନ୍ତର୍ଗତ ପାଟପୁର ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ପାଗଳା ମାଙ୍କଡ଼ର ଆକ୍ରମଣରେ ୬ ଜଣ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି।
ସୂଚନା ଅନୁଯାୟୀ, ଏକ ହନୁମାନ ମାଙ୍କଡ଼ ଦଳ ଗ୍ରାମ ରାସ୍ତା ଉପରେ ବସିଥିବା ବେଳେ ଯାତାୟାତ ରେ ବାଧା ସୃଷ୍ଟି ହୋଇଥିଲା। କିଛି ଲୋକ ମାଙ୍କଡ଼ମାନ ଙ୍କୁ ରାସ୍ତାରୁ ହଟାଇବାକୁ ଉଦ୍ୟମ କରିବା ପରେ ଗୋଟିଏ ମାଙ୍କଡ଼ ହଠାତ୍ ଉତ୍ତେଜିତ ହୋଇ ଯାହାକୁ ପାଇଲା ତାଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିବା ଆରମ୍ଭ କରିଥିଲା। ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ଲୋକମାନେ ପ୍ରାଣ ବଞ୍ଚାଇବାକୁ ଘରେ ଆଶ୍ରୟ ନେଇଥିଲେ।
ଆହତମାନଙ୍କ ମଧ୍ୟରେ ବିଜୟାନନ୍ଦ ଦାସ, କାଳନ୍ଦୀ ପରିଡ଼ା ଓ ବାବୁଲି ଦାସଙ୍କ ନାମ ଜଣାପଡ଼ିଥିବା ବେଳେ ଅନ୍ୟ ତିନିଜଣଙ୍କ ପରିଚୟ ମିଳିନାହିଁ।
ଖବର ପାଇ ଗୋପ ବନାଞ୍ଚଳ ର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମାଙ୍କଡ଼ର ସ୍ଥିତି ନିରୀକ୍ଷଣ କରିଥିଲେ। ତେବେ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କିମ୍ବା ଧରିବା ପାଇଁ କୌଣସି ପଦକ୍ଷେପ ନ ନେଇ ଫେରିଯିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ତଦନ୍ତ ସହ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ଏ ଦିଗରେ ସ୍ଥାନୀୟ ତହସିଲଦାର ବିଭାଗ ରେଞ୍ଜର ଙ୍କୁ ଦ୍ରୁଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *