ନିମାପଡା (BT) କୁଶଭଦ୍ରା କୁ ଚିର ସ୍ରୋତା କରିବା ପ୍ରସଙ୍ଗରେ ଆଜି ଓଡ଼ିଶାର ସର୍ବୋଚ୍ଚ ଯନ୍ତ୍ରୀ ମହୋଦୟଙ୍କୁ ଭେଟିଛନ୍ତି “ମହାନଦୀ ବଞ୍ଚାଅ ଆନ୍ଦୋଳନ” ର ଆବାହକ ସୁଦର୍ଶନ ଦାସ, “କୁଶଭଦ୍ରା ବଞ୍ଚାଅ ଅଭିଯାନ”ର ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ ଉପଦେଷ୍ଟା ପ୍ରସନ୍ନ କୁମାର ପତି, ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ଦାସ, ଅଜୟ କୁମାର ମିଶ୍ର, ଅଜୟ କୁମାର ପଣ୍ଡା, ରଞ୍ଜିତ ରଥ, ସ୍ମୃତି ରଞ୍ଜନ ମୁଦୁଲି ପ୍ରମୂଖ।
ମୁଖ୍ୟ ଯନ୍ତ୍ରୀ ଙ୍କ ସମ୍ମିଳନୀ କକ୍ଷରେ ଜଳସମ୍ପଦ ଓ ଜଳ ନିଷ୍କାସନ (ଡ୍ରେନେଜ) ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ମହୋଦୟଙ୍କ ସହିତ “କୁଶଭଦ୍ରା ବଞ୍ଚାଅ ଅଭିଯାନ” ର ନେତୃମଣ୍ଡଳୀ ଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବାଲିଅନ୍ତା ରୁ ରାମଚଣ୍ଡୀ ମୁହାଣ ପର୍ଯ୍ୟନ୍ତ ନଦୀ ଶଯ୍ୟାର ସାମ୍ପ୍ରତିକ ସ୍ଥିତି କୁ ଆଧାର କରି ସର୍ବୋଚ୍ଚ ଯନ୍ତ୍ରୀ ମହୋଦୟଙ୍କୁ କେତେକ ପ୍ରାମାଣିକ ତଥ୍ୟ ଓ ଦାବି ପ୍ରଦାନ କରାଯାଇଛି । କୁଶଭଦ୍ରା ପ୍ରସଙ୍ଗରେ ରାଜ୍ୟ ସରକାର ଙ୍କ ଆଭିମୁଖ୍ୟ, ପଦକ୍ଷେପ ଏବଂ ଆଲୋଚନାର ନିର୍ଯ୍ୟାସ କୁ ନେଇ”କୁଶଭଦ୍ରା ବଞ୍ଚାଅ ଅଭିଯାନ” ଜନସାଧାରଣ ଙ୍କ ପାଖରେ ପହଞ୍ଚିବ।

















Leave a Reply