ଜଗତସିଂହପୁର, ୪/୯ (ବିଭୂତି ଟିଭି):
ଜଗତସିଂହପୁରରେ ପ୍ରଥମଥର ପାଇଁ ଆୟୋଜିତ ଜଗତସିଂହପୁର କ୍ରିକେଟ ପ୍ରିମିୟର ଲିଗ୍ (JCPL) ଆଜି ଦେଉଳିଗ୍ରାମେଶ୍ୱର, ୱାର୍ଡ ନଂ-୧୭ରେ ଉଦଘାଟିତ ହୋଇଯାଇଛି।
ଜଗତସିଂହପୁରର ଲୋକପ୍ରିୟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସଙ୍କ କରକମଳରେ ଏହି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଥିଲା। ଜିଲ୍ଲାର ୮ଟି ବ୍ଲକରୁ ମୋଟ ୧୦ଟି କ୍ରିକେଟ ଦଳ ଏଥିରେ ଅଂଶଗ୍ରହଣ କରୁଛନ୍ତି।
ଉଦଘାଟନୀ ଉତ୍ସବରେ ଦେଉଳିଗ୍ରାମେଶ୍ୱର ଗ୍ରାମର କାଉନସିଲର ଶ୍ରୀ ଦେବାଶିଷ ସ୍ୱାଇଁ, ଶ୍ରୀ କାଳନ୍ଦୀ ସ୍ୱାଇଁଙ୍କ ସମେତ ବହୁ ବିଜେପି ସଦସ୍ୟ ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
JCPL କ୍ରିକେଟ ପ୍ରିମିୟର ଲିଗ୍ ୪ ସେପ୍ଟେମ୍ବରରୁ ୭ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ୭ ସେପ୍ଟେମ୍ବରରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଏହି କ୍ରିକେଟ ପ୍ରତିଯୋଗିତାକୁ ଉପଭୋଗ କରିବା ପାଇଁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ହେବାକୁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।
ଜଗତସିଂହପୁରରେ ପ୍ରଥମଥର JCPL କ୍ରିକେଟ ପ୍ରିମିୟର ଲିଗ୍ ଉଦଘାଟିତ
















Leave a Reply