ଜଗତସିଂହପୁର:(BT ) ‘ ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅବସରରେ ଜଗତସିଂହପୁର ସହରରେ ବିଧାୟକ ଅମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। କଲେଜ ଛକରୁ ଶୋଭାଯାତ୍ରା ଆରମ୍ଭ ହୋଇ ଜଗତସିଂହପୁର ସଦର ଅଞ୍ଚଳ ଦେଇ ମା’ ଶୁଭନ ବାରାହୀଙ୍କ ପୀଠ ପର୍ଯ୍ୟନ୍ତ ଯାଇଥିଲା।ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଛାତ୍ର, ଯୁବକ, ମହିଳା ଓ ସାଧାରଣ ଲୋକ ସାମିଲ ହୋଇ ହାତରେ ତ୍ରିରଙ୍ଗା ଧରି ଦେଶପ୍ରେମର ନାରା ଦେଇଥିଲେ। ଭାରତୀୟ ଜାତୀୟ ପତାକାର ଗୌରବ ଓ ଦେଶର ଏକତା, ଅଖଣ୍ଡତା ଏବଂ ଦେଶପ୍ରେମର ବାର୍ତ୍ତା ନେଇ ଏହି ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।ବିଧାୟକ ଅମରେନ୍ଦ୍ର ଦାସ ତ୍ରିରଙ୍ଗା ଆମ ଗର୍ବ ଓ ତ୍ରିରଙ୍ଗା ଆମ ପରିଚୟ ବୋଲି କହିବା ସହ ପ୍ରତ୍ୟେକ ଘରେ ଜାତୀୟ ପତାକା ଉତ୍ତୋଳନ କରି ଦେଶପ୍ରେମର ଭାବନାକୁ ଆହୁରି ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ।
ଜଗତସିଂହପୁର ସହର ତ୍ରିରଙ୍ଗା ମୟ -ଜଗତସିଂହପୁର ସହରରେ ବିଧାୟକ ଅମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ତ୍ରିରଙ୍ଗା ଶୋଭାଯାତ୍ରା

















Leave a Reply