କାକଟପୁର: କାକଟପୁର ମୁଖ୍ୟ ରାସ୍ତାର ହାଇସ୍କୁଲ ସମ୍ମୁଖରେ ରାସ୍ତା କଡ଼ରେ ବେଆଇନ ଭାବେ ଉଠା ଦୋକାନ ବସାଯାଇଥିବା ଅଭିଯୋଗ ହୋଇଛି। ଏହି ଦୋକାନଗୁଡ଼ିକ ଯୋଗୁଁ ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ହେବା ସହ ଯାତାୟାତରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି।
ବିଶେଷକରି ସ୍କୁଲ ସମ୍ମୁଖରେ ଛାତ୍ରଛାତ୍ରୀ, ପଥଚାରୀ ଓ ଯାନବାହନର ଭିଡ଼ ହେଉଥିବାରୁ ଦୁର୍ଘଟଣାର ଆଶଙ୍କା ବଢ଼ିଛି। ପଥଚାରୀମାନେ ରାସ୍ତାରେ ଚାଲିବାକୁ ବାଧ୍ୟ ହେଉଥିବା ନେଇ ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଏହି ସମସ୍ୟା ପ୍ରତି କାକଟପୁର ପୁଲିସ ଓ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା କଡ଼ରେ ଥିବା ଅନଧିକୃତ ଉଠା ଦୋକାନଗୁଡ଼ିକ ହଟାଇବା ସହ ଯାତାୟାତ ବ୍ୟବସ୍ଥା ସୁଗମ କରିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି।
କାକଟପୁର ମୁଖ୍ୟ ରାସ୍ତାରେ ବେଆଇନ ଉଠା ଦୋକାନ, ଦୁର୍ଘଟଣା ଆଶଙ୍କା
















Leave a Reply