ନିମାପଡ଼ା, ୧୩/୮ (BT): ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ‘ହର ଘର ତ୍ରିରଙ୍ଗା ରାଲି’ ଆୟୋଜିତ ହୋଇଛି। ଅଗଷ୍ଟ ୧୩ ତାରିଖ ସକାଳ ୮ଟା ୩୦ ମିନିଟ୍ରେ ମହାବିଦ୍ୟାଳୟ ପରିସରରୁ ଏହି ରାଲି ଆରମ୍ଭ ହୋଇ ନୂଆ ବସଷ୍ଟାଣ୍ଡ ଅଭିମୁଖେ ଯାତ୍ରା କରିଥିଲା।
ରାଲିରେ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଉତ୍ସାହର ସହ ସାମିଲ ହୋଇ ହାତରେ ଜାତୀୟ ପତାକା ଧରି ଦେଶପ୍ରେମର ବାର୍ତ୍ତା ପ୍ରଚାର କରିଥିଲେ। ତ୍ରିରଙ୍ଗାର ଗରିମା ଓ ଜାତୀୟ ପତାକାର ମହତ୍ତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଜାତୀୟ ଏକତା ଓ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା ରାଲିର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ତ୍ରିରଙ୍ଗା ପ୍ରତି ସମ୍ମାନ ଏହି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲା। ‘ହର ଘର ତ୍ରିରଙ୍ଗା’ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଘରେ ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶପ୍ରେମର ଭାବନା ଜାଗ୍ରତ କରିବାକୁ ମହାବିଦ୍ୟାଳୟ ପକ୍ଷରୁ ବାର୍ତ୍ତା ଦିଆଯାଇଥିଲା।
— ବିଭୂତି TV (BT)
ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ହର ଘର ତ୍ରିରଙ୍ଗା ରାଲି’

















Leave a Reply