ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଗୋରେଖନାଥ କୃଷକ ମହାସଂଘ ର ୨୫ ତମ ପ୍ରତିଷ୍ଠା ଦିବସ ପବିତ୍ର ଅକ୍ଷୟ ତୃତୀୟା ପାଳନ ଅବସରରେ ଅଖି ମୁଠି ଚଳନ ଓ ନାମସଂକୀର୍ତ୍ତନ

ରେଢ଼ୁଆ (BT)ତା ୨୦/୦୪/୨୦୨୬ ମସିହା ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗୋରେଖନାଥ କୃଷକ ମହାସଂଘ ର ୨୫ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସଂଗଠନ ତରଫରୁ ଏକ ନିଆରା ଢଙ୍ଗରେ ସଂଗଠନ ର ସଦସ୍ୟ ମାନଙ୍କ ଦ୍ୱାରା ଅଖୀମୁଠି ଅନୁକୂଳ କରାଯାଇଥିଲା। ରେଢ଼ୁଆ ଗ୍ରାମରେ ଥିବା ଶ୍ରୀଯୁକ୍ତ ହରିଶ୍ ଚନ୍ଦ୍ର ଭୁୟାଁ, କ୍ୟାମ୍ପସ ଏକ ରେ ରଘୁନାଥପୁର ଓ ଜଗତସିଂହପୁର ବ୍ଲକ୍ ର ଅନ୍ୟୂନ ୨୦ ଟି ଗ୍ରାମ ରୁ ସଂଗଠନ ସହିତ ଜଡ଼ିତ ଥିବା ୨୦ ଜଣ ଚାଷୀ ପ୍ରତିନିଧି ମାନଙ୍କ ଦ୍ୱାରା ୨୦ ପ୍ରକାର ର ଧାନ କିସମ ବିହନ କୁ ଅଲଗା ଅଲଗା ମାଟି କୁଣ୍ଡିଆ ରେ ଗଜା ପରୀକ୍ଷଣ ପାଇଁ ପକାଯାଇଥିଲା। ଏହି ଅଖୀମୁଠି ଚଳନ ସଭାରେ ପୂଜ୍ୟ ବାବା ମଙ୍ଗଳଦାସ ମହାରାଜ ପୌରହିତ୍ୟ କରି ଥିଲେ । ସଭା ଆରମ୍ଭରେ ମହାସଂଘ ର ପ୍ରମୁଖ ସଦସ୍ୟ ସ୍ୱର୍ଗତ ଗୋପାଳ ଚନ୍ଦ୍ର ବିଶ୍ୱାଳ ଙ୍କ ଦେହାନ୍ତ ଦୃଷ୍ଟିରୁ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନିରବପ୍ରାର୍ଥନା କରଯାଇଥିଲା ।ଏହି ସଙ୍ଗଠନ ଦୀର୍ଘ ୨୫ ବର୍ଷ ହେଲାଣି ସାରା ରାଜ୍ୟର ଚାଷୀ କୂଳକୁ ତାର ସେବା ଯୋଗାଇ ଆସୁଅଛି ବୋଲି ବାବା ତାଙ୍କର ବକ୍ତବ୍ୟ ରଖିଥିଲେ। ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ସୁଧିରଞ୍ଜନ ବାରିକ ଙ୍କ ଆବାହକ ରେ ଅନୁଷ୍ଠିତ ଏହି ସଭାରେ ସଂଗଠନ ର ପ୍ରମୁଖ ସଦସ୍ୟ କ୍ଷେତ୍ରମୋହନ ବେହେରା ଏହି ପବିତ୍ର ଦିନରେ ଚାଷୀ ମାନଙ୍କ ପାଇଁ ବିହନ, ମୁର୍ତିକା ପରିଚାଲନା ଓ ଖତସାର ର ଆବଶ୍ୟକତା ବିଷୟରେ ଓ ଚାଷୀ ଭାଇ ମାନେ ତାଙ୍କର ଧାନ କିଆରୀ ର ଚାରିପଟ ବନ୍ଧ ୨ଫୁଟ୍ ଉଚା ସହିତ ଦୁଇ ଫୁଟ୍ ଚଉଡ଼ା କଲେ ଫସଲ ଅଧିକା ଅମଳ ହୋଇଥାଏ ବୋଲି ବକ୍ତବ୍ଯ ରଖିଥିଲେ। ।ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ଶ୍ରୀ ସୁରେଶ ଚନ୍ଦ୍ର ରାଉତ ଏହି ପବିତ୍ର ଦିବସ ର ମହାନତା ବିଷୟରେ ବକ୍ତବ୍ୟ ରଖିବା ସହିତ ଦୀର୍ଘ ୨୫ ବର୍ଷ ପୂର୍ବେ  ବରଗଛ ମୂଳରେ   ଆରମ୍ଭ ହୋଇଥିବା ଏହି ସଙ୍ଗଠନ ଆଜି ଏକ ବଡ଼ ବରଗଛ ସଦୃଶ ହୋଇ ହଜାର ହଜାର ପରିବାର ଙ୍କୁ ତାର ଛାଇ ଯୋଗାଇ ଦେଉଅଛି । ଏହି ସଭାରେ ବିଭିନ୍ନ ଗ୍ରାମରୁ ଆସିଥିବା ସଦସ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଶ୍ରୀମତୀ କୃଷ୍ଣ ପ୍ରିୟା ବିଶ୍ବାଳ, ଶରତ ଚନ୍ଦ୍ର ଲେଙ୍କା, ନାରାୟଣ ଶାସମଲ୍, ଘନଶ୍ୟାମ ନାୟକ, ଜଗବନ୍ଧୁ ନାୟକ, ବିଜନ କୁମାର ନାୟକ, ଶୁକଦେବ ଜେନା, କୃଷ୍ଣ ଚନ୍ଦ୍ର ସ୍ବାଇଁ, ଅଶୋକ କୁମାର ବାରିକ, କଳ୍ପତରୁ ରାଉତ, ପ୍ରଭାତ କୁମାର ଖଟୁଆ ଓ ଅଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସାରାଦିନ ମହସଂଘ ପରିସର ରେ ଚତୁର୍ଥ ପ୍ରହର ନାମଯଜ୍ଞ ସହ ପ୍ରାସାଦ ସେବନ ର ଵ୍ୟଵସ୍ଥା କରାଯାଇଥିଲ। ଶେଷରେ ଶ୍ରୀ ବିନୋଦ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *