ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଗଣମାଧ୍ଯମ ଓ ସାମ୍ବାଦିକ ପରାମର୍ଶ କର୍ମଶାଳା

ନିମାପଡ଼ା( BT) : ନିମାପଡ଼ା ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଶନିବାର ଅପରାହ୍ନରେ ଗଣମାଧ୍ଯମ ଓ ସାମ୍ବାଦିକ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନିମାପଡା଼ ବିଡ଼ିଓ ଡଃ ଅଭିଜିତ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ।, ତହସିଲଦାର  ମନୋଜ କୁମାର ନାୟକ, ଡ଼ିଆଇପିଆରଓ ସନ୍ତୋଷ କୁମାର ସେଠୀ, ଏଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାସ, ଏସଡ଼ିପିଓ ଜନାର୍ଦ୍ଦନ ପାଢ଼ୀ, ଏବିଡ଼ିଓ ପ୍ରିୟଦର୍ଶିନୀ ବରାଳ, ସାଂସଦଙ୍କ ଏନ୍‌ଏସି ପ୍ରତିନିଧି ମୀନଲତା ମହାନ୍ତି, ମନ୍ତ୍ରୀଙ୍କ ପ୍ରତିନିଧି ଯଚିନ୍ଦ୍ର ସ୍ଵାଇଁ, ସାଇପ୍ରିତମ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଉତ୍କର୍ଷ ନିମାପଡ଼ା ୨.୦ ସଶକ୍ତ, ସମୃଦ୍ଧ ଓ ବିକଶିତ ନିମାପଡ଼ା ଉପରେ ଆଲୋଚନା କରାଯାଇଥିଲା । ଗତ ଦୁଇବର୍ଷ ମଧ୍ୟରେ ନିମାପଡ଼ାର କ’ଣ ବିକାଶ ହୋଇଛି ଆଉକ’ଣ ବାକି ଅଛି ସେ ବିଷୟରେ ଆଲୋଚନା କରାଯାଇଥିଲା । ୨୦୩୬ ବିକଶିତ ଓଡି଼ଶା, ୨୦୪ ୭ ବିକଶିତ ଭାରତ ଗଠନ କରି ବାକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରୟାସା ନିମାପଡ଼ା ନିର୍ବାଚନମଣ୍ଡଳୀକୁ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀ ଗଠନକରିବାକୁ ସମସ୍ତ ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ । ଆସନ୍ତା ୩ ଓ ୪ ତାରିଖରେ ହେବାକୁ ଥୁବା ଉତ୍କର୍ଷ ନିମାପଡ଼ାକୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ|

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *