ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଡ଼ଭାର ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ଶଙ୍ଖତିରା-ଡ଼ଭାର ୪ କିଲୋମିଟର ପିଚୁ ରାସ୍ତା ଧନୁଆଁ ନଦୀର ପ୍ରଖର ବନ୍ୟା ସ୍ରୋତରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ନଦୀ ବୁଲାଣି ନିକଟରେ ସୁରକ୍ଷା ପ୍ରାଚୀର ଡେଇଁ ବନ୍ୟାଜଳ ପ୍ରବାହିତ ହେବା ଫଳରେ ରାସ୍ତାର ଦୁଇଟି ସ୍ଥାନରେ ପ୍ରାୟ ୩୦ ମିଟର ଅଂଶ ସମ୍ପୂର୍ଣ୍ଣ ଭାବେ ନଦୀ ଗର୍ଭକୁ ଭୁଷୁଡ଼ି ପଡ଼ିଛି।
ରାସ୍ତା ତଳର ମାଟି, ବାଲି, ଡ଼ଷ୍ଟ ଓ ମେଟାଲ ସ୍ତର ଧୋଇଯିବା ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହି ନବନିର୍ମିତ ରାସ୍ତା ଉପରେ ସ୍ଥାନୀୟ ୧୦ଟି ଗ୍ରାମର ଅଧିବାସୀ ନିର୍ଭର କରୁଥିବା ବେଳେ, ବର୍ତ୍ତମାନ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଦୁଇ ପାର୍ଶ୍ୱ ଧସିଯାଇଥିବାରୁ ପ୍ରତିମୁହୂର୍ତ୍ତରେ ଦୁର୍ଘଟଣାର ସମ୍ଭାବନା ବୃଦ୍ଧି ପାଇଛି।
ସାଧାରଣରେ ଦାବି:
ସ୍ଥାନୀୟ ଅଞ୍ଚଳବାସୀ ଏବଂ ବୁଦ୍ଧିଜୀବୀମାନେ ପ୍ରଶାସନ ନିକଟରେ ନିମ୍ନଲିଖିତ ଦାବି କରିଛନ୍ତି:
ତୁରନ୍ତ ପୁନଃନିର୍ମାଣ: କ୍ଷତିଗ୍ରସ୍ତ ରାସ୍ତାର ଶୀଘ୍ର ମରାମତି କରି ଯାତାୟାତ ସ୍ୱାଭାବିକ କରାଯାଉ।
କଂକ୍ରିଟ୍ ପ୍ରାଚୀର ନିର୍ମାଣ: ଧନୁଆଁ ନଦୀର ପୁନରାବୃତ୍ତି କ୍ଷୟକ୍ଷତି ରୋକିବା ପାଇଁ ରାସ୍ତା କଡ଼ରେ ଅତିକମରେ ୧୦ ଫୁଟ ଉଚ୍ଚତାର ମଜବୁତ କଂକ୍ରିଟ୍ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଉ।
ସ୍ଥାନୀୟ ଲୋକଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ନିବେଦନ କରାଯାଇଛି।
ଧନୁଆଁ ବନ୍ୟା ପ୍ରକୋପ: ଗୋପ ବ୍ଲକ୍ର ନବନିର୍ମିତ ଶଙ୍ଖତିରା-ଡ଼ଭାର ରାସ୍ତା ଧସିଲା, ୧୦ ଗାଁକୁ ଯାତାୟାତ ବାଧାପ୍ରାପ୍ତ

















Leave a Reply