ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ବ୍ଲଡ ବ୍ୟାଙ୍କ ପରିଚାଳନା କମିଟି ପ୍ରଥମ ବୈଠକ ଅନୁଷ୍ଠିତ

ଜଗତସିଂହପୁର,(BT)୨୪/୯: ଜିଲ୍ଲାପାଳ ତଥା ବ୍ଲଡ ବ୍ୟାଙ୍କ ପରିଚାଳନା କମିଟିର ଅଧ୍ୟକ୍ଷ ଜେ.ସୋନାଲଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଦଭାବନା ସଭାଗୃହ ଠାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲଡ ବ୍ୟାଙ୍କକୁ ମୋବାଇଲ ରକ୍ତ ସଂଗ୍ରହ ଯାନ ପ୍ରଦାନ, ରକ୍ତ ପୃଥକୀକରଣ ୟୁନିଟ ସ୍ଥାପନ, ଘରୋଇ ମେଡିକାଲକୁ ଅନ୍ତତଃ ବର୍ଷକୁ ଗୋଟିଏ ଥର ରକ୍ତଦାନ ଶିବିର କରିବା ପାଇଁ ପରାମର୍ଶ, ବିରଳ ରକ୍ତ ଗ୍ରୁପର ରକ୍ତଦାତାଙ୍କ ତାଲିକା ପ୍ରସ୍ତୁତ, ଶିବିସ ସଂଖ୍ୟା ବୃଦ୍ଧି, କଲେଜରେ ସଚେତନତା ସୃଷ୍ଟି ସହ ଶିବିର ଆଦି ପ୍ରସ୍ତାବ ଆସିଥିଲା। ମୋବାଇଲ ରକ୍ତ ସଂଗ୍ରହ ଯାନ ଓ ରକ୍ତ ପୃଥକୀକରଣ ୟୁନିଟ୍ ସ୍ଥାପନ ପାଇଁ ଚିଠି ଲେଖା ଯାଇଥିବା ଜିଲ୍ଲାପାଳ ଶ୍ରୀ ସୋନାଲ କହିଥିଲେ। ସେହିପରି କଲେଜମାନଙ୍କର ଛାତ୍ରଛାତ୍ରୀଙ୍କ ଭିତରେ ରକ୍ତଦାନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପରିଚାଳନା କମିଟିରେ ସଦସ୍ୟ ଥିବା ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନଙ୍କୁ ପରାମର୍ଶ ଦେଇଥିଲେ। ବିରଳ ରକ୍ତଦାତାମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରଂଶାସପତ୍ର ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ରକ୍ତଦାନ ଶିବିର ସଂଖ୍ୟା ବୃଦ୍ଧି କରିବା ପାଇଁ ବ୍ଲଡ ବ୍ୟାଙ୍କ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ସିଡିଏମଓ ଡାକ୍ତର ସ୍ନିଗ୍ଧାମୟୀ ମହାନ୍ତି, ମେଡିକାଲ ଅଧୀକ୍ଷକ ଡାକ୍ତର ସରୋଜ କୁମାର ଜେନା, ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ପ୍ରିୟନ୍ତ ମେହେର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡିପିଏମ୍ ସୋନାଲି ପ୍ରିୟଦର୍ଶିନୀ, ଏସଭିଏମ୍ କଲେଜ ଅଧ୍ୟକ୍ଷା ସୁଜାତା ଓତା, ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଭୂତି ଭୂଷଣ ସ୍ବାଇଁ, ପ୍ରଭାତ କୁମାର ଶତପଥୀ, ଏସଭିଏମ୍ ସ୍ବୟଂଶାସିତ କଲେଜ ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ପ୍ରମୋଦ ରଞ୍ଜନ ଦାଶ, ତିର୍ତ୍ତୋଲ ଆଦିକବି ସାରଳା ଦାସ କଲେଜ ଅଧ୍ୟକ୍ଷ ଅନନ୍ତ ଚରଣ ଆଚାର୍ଯ୍ୟ, ବାଲିକୁଦା କଲେଜ ଯୁବ ରେଡକ୍ରସ ସଂଯୋଜକ ଗୟାଧର ଦାସ, ସନ୍ଧ୍ୟାରାଣୀ ପଣ୍ଡା, ସୋନାଲି ମହାନ୍ତି, ବ୍ଲଡ ବ୍ୟାଙ୍କ ଟେକ୍ନିସିଆନ ବିଶ୍ବରଞ୍ଜନ ମଲ୍ଲିକ, ନିରଞ୍ଜନ ରାଉତ, ସଦସ୍ୟ ଆଲୋକ କୁମାର ଦାସ, ଶୁଭକାନ୍ତ ପଢ଼ିହାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସେକ୍ସନ ଅଫିସର ବିନୋଦ କୁମାର ରଥ, ମାନସ କୁମାର ପୁହାଣ, ସହାୟକ, ସୁଜିତ କୁମାର ମିଶ୍ର ଏବଂ ବିଭୂଦତ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସିଡିଏମ୍ଓ ଶ୍ରୀମତୀ ମହାନ୍ତି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ବ୍ଲଡ ବ୍ୟାଙ୍କ ଅଧିକାରୀ ଶ୍ରୀ ମେହେର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଶ୍ରୀ ଜେନା ଧନ୍ୟବାଦ ଦେଇଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *