ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ପାଟପୁର ରେ ଆତଙ୍କର ଅନ୍ତ; ଧରା ପଡ଼ିଲା ପାଗଳା ମାଙ୍କଡ଼ ।

ନିମାପଡ଼ା, ୭/୮ (BT): ଦୀର୍ଘ ଏକ ସପ୍ତାହ ଧରି ନିମାପଡ଼ା NAC ଅନ୍ତର୍ଗତ ପାଟପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ପାଗଳା ମାଙ୍କଡ଼ ଶେଷରେ ବନ ବିଭାଗର ହାତରେ ଧରାପଡ଼ିଛି। ମାଙ୍କଡ଼ ଆକ୍ରମଣରେ ଅଞ୍ଚଳର ପ୍ରାୟ ୧୦ ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି।
ମାଙ୍କଡ଼ର ଉତ୍ପାତ ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବନ ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା। ଏହାପରେ ବନ ବିଭାଗର କର୍ମଚାରୀମାନେ ଅଞ୍ଚଳରେ ତଦାରଖ କରି ମାଙ୍କଡ଼କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲେ।
ଆଜି ଗୋପ ୱାଇଲ୍ଡଲାଇଫ୍ ରେଞ୍ଜର ସୁଦର୍ଶନ ଦେଉରୀଙ୍କ ନେତୃତ୍ୱରେ ନିମାପଡ଼ା ଜଙ୍ଗଲ ଅଧିକାରୀ ବଳଭଦ୍ର ନାୟକ ଓ ବନ ବିଭାଗର ଟିମ୍ ଅଭିଯାନ ଚଳାଇଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ମାଙ୍କଡ଼କୁ ଧରିବା ସମ୍ଭବ ନହେବାରୁ ଶେଷରେ ତାକୁ ଟ୍ରାଙ୍କୁଲାଇଜ୍ କରାଯାଇ ନିୟନ୍ତ୍ରଣକୁ ଅଣାଯାଇଥିଲା।
ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଧରାପଡ଼ିଥିବା ମାଙ୍କଡ଼କୁ ପରବର୍ତ୍ତୀ ସମୟରେ କୋଣାର୍କ ଅଭୟାରଣ୍ୟ ଅଞ୍ଚଳରେ ଛାଡ଼ିବାର ଯୋଜନା ରହିଛି।
ପାଗଳା ମାଙ୍କଡ଼ ଧରାପଡ଼ିବା ପରେ ପାଟପୁରବାସୀଙ୍କ ମଧ୍ୟରେ ଆତଙ୍କ ହ୍ରାସ ପାଇଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *