ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଡଃ ସ୍ୱାଗତ କୁମାର ନାୟକ ରସାୟନ ବିଜ୍ଞାନରେ ପିଏଚଡ଼ି ହାସଲ କରି ନିମାପଡା ମାଟି ପାଇଁ ଗୌରବ ଆଣିଛନ୍ତି।

ନିମାପଡ଼ା, (BT): ନିମାପଡ଼ା ବ୍ଲକ ତେରୁଣ୍ଡିଆ ଗ୍ରାମ ର ପ୍ରତିଭାବାନ ଯୁବ ଗବେଷକ ଡଃ ସ୍ୱାଗତ କୁମାର ନାୟକ ରସାୟନ ବିଜ୍ଞାନରେ ପିଏଚଡ଼ି ହାସଲ କରି ନିମାପଡା ମାଟି ପାଇଁ ଗୌରବ ଆଣିଛନ୍ତି। ସେ ଏନ୍‌ଆଇଟି ରାଉରକେଲାରୁ ଚଳିତ ବର୍ଷ ରସାୟନ ବିଜ୍ଞାନ ବିଭାଗରେ ସଫଳତାର ସହ ପିଏଚଡ଼ି ଡିଗ୍ରୀ ଅର୍ଜନ କରିଛନ୍ତି। ପିତା ଶ୍ରୀ ପ୍ରଦୀପ୍ତ କୁମାର ନାୟକ ଓ ମାତା ଗୀତାରାଣୀ ନାୟକଙ୍କ ସୁପୁତ୍ର ସ୍ବାଗତ ନାୟକ। ଡ ନାୟକ ଫୋଟୋକାଟାଲିସିସ୍ (Photocatalysis) ଏବଂ ମେଟାଲ୍–ଅର୍ଗାନିକ୍ ଫ୍ରେମୱାର୍କ (Metal-Organic Frameworks–MOF) ଉପରେ ଗବେଷଣା କରିଛନ୍ତି। ଏହି ଗବେଷଣା ଅକ୍ଷୟ ଶକ୍ତିର ବିକାଶ, ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ । ଏହି ଖବର ପ୍ରକାଶ ପାଇବା ପରେ ତେରୁଣ୍ଡିଆ ଗ୍ରାମ ସମେତ ସମଗ୍ର ନିମାପଡ଼ା ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ବିଭିନ୍ନ ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଶୁଭେଚ୍ଛୁ ମାନେ ତାଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *