ଜଗତସିଂହପୁର, ତା ୧୦-୦୮-୨୦୨୬ ରିଖ:
ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼। ସ୍ନିଗ୍ଧମୟୀ ମହାନ୍ତି ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉପସ୍ଥିତ ଛାତ୍ରୀ ଓ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କୁ ଏ ଦିଗରେ ସଚେତନ କରିବା ନିମନ୍ତେ ସେ କୃମି ନାଶକ ବଟିକା ଆଲବେଣ୍ଡାଜୋଲ ଖାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ୧ ରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ଏହି ସିରପ ଓ ବଟିକା ସେବନ କରାଇବା ନିମନ୍ତେ ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି ଦିଦି, ଶିକ୍ଷକଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କର ଗୁରୁଦାୟିତ୍ବ ରହିଛି ବୋଲି ସେ କହିଥିଲେ।ଏହି କାର୍ଯ୍ୟକ୍ରମରେ ଡ଼। ପ୍ରମୋଦ କୁମାର ବାରିକ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଆଜି ଦିବସ ର ମହତ୍ତ୍ୱ ପ୍ରତିପାଦିତ କରିବାକୁ ଯାଇ କହିଲେ ୨୦୧୫ ମସିହା ଠାରୁ ପ୍ରତିବର୍ଷ ପରି ଏହି ବର୍ଷ ୧୦ ଅଗଷ୍ଟ ରେ ଜାତୀୟ କୃମି ନାଶକ ଦିବସ ପାଳନ କରାଯାଉଛି। ଯାହାର ଉଦ୍ଦେଶ୍ୟ ହେଉଛି ୧ ରୁ ୧୯ ବର୍ଷ ବୟସର ସମସ୍ତ ଶିଶୁ ଓ କିଶୋର କିଶୋରୀ ତଥା ୨୦ରୁ ୨୪ ବର୍ଷ ବୟସର ସମସ୍ତ ମହିଳା ଯିଏକି (ଗର୍ଭବତୀ ଓ ପ୍ରସୂତି ହୋଇନଥିବେ) ଙ୍କୁ କୃମି ନାଶକ ବାଟିକାର ସେବନ କରାଇ ଏହି ଅଭିଯାନ କୁ ସଫଳ କରାଇବା। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ମହାନ୍ତି କୃମି ଦ୍ଵାରା ସଂକ୍ରମିତ ହେଲେ ପୁଷ୍ଟିହୀନତା ,ରକ୍ତହୀନତା, ବଦହଜମୀ, ଶାରୀରିକ ତଥା ମାନସିକ ଅନଗ୍ରସରତା ଦେଖାଯିବା ସହ କାର୍ଯ୍ୟ ଦକ୍ଷତା କମିଯାଏ। ତେଣୁ କୃମି ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ କୃମି ନାଶକ ବଟିକା ସେବନ କରିବା ସାଙ୍ଗେ ପରିଷ୍କାର ପରିଚ୍ଛନ୍ନ ରହିବା, ମଳତ୍ୟାଗ ସମୟରେ ପାଇଖାନା ରେ ଚପଲ ବ୍ୟବହାର, ବିଶୁଦ୍ଧ ପାନୀୟ ଜଳ ସେବନ, ଖାଇବା ପୂର୍ବରୁ ହାତ ସଫା କରିବା, ନଖ କାଟିବା ଆଦି ବିଷୟରେ ଉପସ୍ଥିତ ଅତିଥି ମାନେ ସମସ୍ତଙ୍କୁ ସଚେତନ କାରାଇଥିଲେ। ଏହି ଅଭିଯାନ ମାଧ୍ୟମରେ ଆଜି ଜିଲ୍ଲାର ୧୪୦୩ ସରକାରୀ, ବେସରକାରୀ ବିଦ୍ୟାଳୟ, ୧୮୧୬ ଅଙ୍ଗନବାଡି କେନ୍ଦ୍ରରେ କୃମି ନାଶକ ଦିବସ ଆରମ୍ଭ ହୋଇଛି। ଏହି ସମସ୍ତ ସ୍ଥାନରେ ଆଶା କର୍ମୀ, ଅଙ୍ଗନବାଡି କର୍ମୀ , ଶିକ୍ଷକଶିକ୍ଷୟିତ୍ରୀ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉପସ୍ଥିତି ରେ ପିଲା ମାନଙ୍କୁ କୃମି ନାଶକ ବଟିକା ଓ ଶିରପ (ଆଲବେଣ୍ଡାଜୋଲ) ଖାଇବାକୁ ଦିଆଯାଇଛି। ଜିଲ୍ଲାର ୧୯୧୬୬୫ ଜଣ ୧ ରୁ ୧୯ ବର୍ଷ ବୟସର ଶିଶୁ ଓ କିଶୋର, ୨୦୦୩୯ ଜଣ ୨୦ରୁ ୨୪ ବର୍ଷ ବୟସର ପ୍ରସୂତି ବା ଗର୍ଭବତୀ ହୋଇନଥିବା ପ୍ରଜନନକ୍ଷମ ମହିଳା ମାନଙ୍କୁ ଏହି ବଟିକା ଓ ଶିରପ ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ ରହିଛି । ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇ ସି ଡି ଏସ ପ୍ରୋଗ୍ରାମ ଅଫିସର ରୁକ୍ମଣୀ ଲାକ୍ରା , ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ବାସନ୍ତୀ ପାଲ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ଦାସ , ଡେପୁଟୀ ମ୍ୟାନେଜର ସନ୍ଧ୍ୟାରାଣି ପଣ୍ଡା ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷୟତ୍ରୀ, ସ୍ୱାସ୍ଥ୍ୟ ବିଭାଗର କନ୍ସଲଟାଣ୍ଟ ଓ ଅନ୍ୟାନ୍ୟ କର୍ମକର୍ତା, ତଥା ବିଦ୍ୟାଳୟର ଛାତ୍ରୀ ଗଣ ଉପସ୍ଥିତ ଥିଲେ । ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମ ରେ ମହିଳା ସ୍ୱାସ୍ଥ୍ୟ କର୍ମୀ ,ସହରାଞ୍ଚଳ ର ଆଶା, ଆଦି ଉପସ୍ଥିତ ଥିଲେ। ଡେପୁଟି ମ୍ୟାନେଜର ସନ୍ଧ୍ୟା ରାଣୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସହାୟକ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସୁବ୍ରତ କୁମାର ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ
ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ର ଶୁଭାରମ୍ଭ

















Leave a Reply