ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାରେ ମହାତ୍ମା ହଂସରାଜଙ୍କ ଜୟନ୍ତୀ ପାଳିତ

ନିମାପଡା (19.4.26) ଆଜି ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାରେ ମହାତ୍ମା ହଂସରାଜଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି l ଏହି ପବିତ୍ର ଦିବସ ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ହୋମ ଯଜ୍ଞ ଆୟୋଜିତ ହୋଇଥିଲା l ଏହି ହୋମ ଯଜ୍ଞରେ ବିଦ୍ୟାଳୟର ଶିକ୍ଷକ – ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ l ବିଦ୍ୟାଳୟର ପ୍ରିନସିପାଲ ଏମ ଏମ ହକ, ଅମୂଲ୍ୟ ଶତପଥି ଓ ସୌମ୍ୟ ରଞ୍ଜନ ସ୍ୱାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ପ୍ରିନସିପାଲ ଏବଂ ସମସ୍ତ ଶିକ୍ଷକ – ଶିକ୍ଷୟିତ୍ରୀ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ମହାତ୍ମା ହଂସରାଜଙ୍କ ପ୍ରତିମୂର୍ତ୍ତି ଓ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ l ଛାତ୍ରଛାତ୍ରୀମାନେ ହଂସରାଜଙ୍କ ପବିତ୍ର ଜନ୍ମଦିନ ଅବସରରେ ହଂସରାଜଙ୍କ ସମାଜ ପ୍ରତି ଅବଦାନ ସମ୍ପର୍କରେ ଭାଷଣ ପ୍ରଦାନ କରିଥିଲେ l ସେ ଜଣେ ଶିକ୍ଷାବିତ ଓ ସମାଜ ସଂସ୍କାରକ ଥିଲେ l ବିଦ୍ୟାଳୟର କୁନି କୁନି ଛାତ୍ରମାନେ ମହାତ୍ମା ହଂସରାଜଙ୍କ ପରି ପୋଷାକ ପରିଧାନ କରି ବକ୍ତୃତାରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ବିଦ୍ୟାଳୟର ପ୍ରିନସିପାଲ ଏମ ଏମ ହକ ମହାତ୍ମା ହଂସରାଜଙ୍କ ଜୟନ୍ତୀ ଅବସରରେ ଛାତ୍ରଛାତ୍ରୀଙ୍କୁ ଓଜସ୍ୱିନୀ ଅଭିବ୍ୟକ୍ତି ପ୍ରଦାନ କରିଥିଲେ l ହଂସରାଜ ଜଣେ ଦକ୍ଷ ସମାଜ ସୁଧାରକ,ଶିକ୍ଷାବିତ, ସମାଜ ସଂସ୍କାରକ ଓ ପରୋପକାରୀ ବ୍ୟକ୍ତି ଥିଲେ l ବିଦ୍ୟାଳୟର ଶିକ୍ଷୟିତ୍ରୀ ଲଷ୍ମୀପ୍ରିୟା ସl ବକ୍ତୃତା ମାଧ୍ୟମରେ ହଂସରାଜଙ୍କ ପାରଦର୍ଶିତା ଶୁଣାଇଥିଲେ l ଶେଷରେ ଶିକ୍ଷୟିତ୍ରୀ ବାଗେଶ୍ବରୀ ଦାସ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ  ଶିକ୍ଷୟିତ୍ରୀ ଓ ପ୍ରିନସିପାଲଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *