ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ରେ ଅପୁର୍ବ ସଫଳତା l

ନିମାପଡା (BT) ଆଜି ସି ବି ଏସ ଇ ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି l ବିଦ୍ୟାଳୟର ଛାତ୍ର ତନ୍ମୟ ଦାସ 99% ନମ୍ବର ରଖି କୃତିତ୍ୱ ଅର୍ଜନ କରି ପ୍ରଥମ ସ୍ଥାନ ଅଧିକାର କରିଛି ସାଇ ସୌରଭ ପ୍ରଧାନ 98.60% ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଛି ଏବଂ ଦିବ୍ୟଙ୍କl ପ୍ରିୟଦର୍ଶିନୀ ରଥ 98.20% ନମ୍ବର ରଖି କୃତିତ୍ୱ ଅର୍ଜନ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ତନ୍ମୟ ଦାସ ଓଡ଼ିଆ ରେ 100 ନମ୍ବର, ସ୍ୱସ୍ତିକ ମିଶ୍ର ସଂସ୍କୃତ 100 ନମ୍ବର ଓ ଏସ ଏସ ଟି ରେ 100 ନମ୍ବର ରଖି କୃତିତ୍ୱ ଅର୍ଜନ କରିଛନ୍ତି l ବିଦ୍ୟାଳୟର ପାଞ୍ଚ ଜଣ ଛାତ୍ରଛାତ୍ରୀ 95% ରୁ ଅଧିକ ନମ୍ବର ରଖିଛନ୍ତି l ବିଦ୍ୟାଳୟର 18 ଜଣ ଛାତ୍ରଛାତ୍ରୀ 90% ରୁ ଅଧିକ ନମ୍ବର ରଖିଛନ୍ତି l ବିଦ୍ୟାଳୟର 36 ଜଣ ଛାତ୍ରଛାତ୍ରୀ 80% ରୁ ଅଧିକ ନମ୍ବର ରଖି କୃତିତ୍ୱ ଅର୍ଜନ କରିଛନ୍ତି l

ବିଦ୍ୟାଳୟର ପ୍ରିନସିପାଲ ଏମ ଏମ ହକ, ଶିକ୍ଷକ- ଶିକ୍ଷୟିତ୍ରୀ ତଥା ଅଭିଭାବକ ଓ ଅଭିଭାବକl କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇଛନ୍ତି l ଡ଼ି ଏ ଭି ପବ୍ଲିକ ସ୍କୁଲର ଏହିପରି ଆଶ୍ଚର୍ଯ୍ୟ ଜନକ ଶତ ପ୍ରତିଶତ ସଫଳତା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି l ସହର ଏବଂ ସହର ବାହାରୁ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଓ ଅବିନନ୍ଦନ ବାର୍ତ୍ତାର ସୁଅ ଛୁଟିଛି l

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *