ଜଗତସିଂହପୁର, ତା ୧୦/୦୮/୨୬: ବର୍ଦ୍ଧିତ ସାଇବର ଠକେଇ କୁ ଦୃଷ୍ଟି ରେ ରଖି ନାଗରିକ ସୁରକ୍ଷା ନିମନ୍ତେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ
ପ୍ରତ୍ୟେକ ଥାନା ଅଧୀନରେ ଅତି କମରେ ୨୫ଟି ଶିକ୍ଷାନୁଷ୍ଠାନରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ।୦୮.୦୮.୨୦୨୬ ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
Digital Arrest, ଅନଲାଇନ୍ Financial Fraud, UPI/QR Scam, OTP ଫ୍ରଡ, Fake Investment ଏବଂ Social Media Safety ଉପରେ ବିଶେଷ ସଚେତନତା ସୃଷ୍ଟି କରାଯିବ।
ଆୟୋଜିତ ସଚେତନତା କାର୍ଯ୍ୟକ୍ରମଗୁଡ଼ିକୁ ଜିଲ୍ଲା ପୋଲିସ ପ୍ରଶାସନ ର ସୋସିଆଲ ମିଡିଆ Platforms ରେ ପ୍ରଚାର କରାଯିବ ଏବଂ ଗଣମାଧ୍ଯମ ଜରିଆରେ ଏହାର ବ୍ୟାପକ ପ୍ରସାର ପ୍ରଚାର କରାଯିବ।
ଜିଲ୍ଲା ପୋଲିସର Official WhatsApp Broadcast Channel ମାଧ୍ୟମରେ ନିୟମିତ ଭାବେ ସାଇବର ସୁରକ୍ଷା ସଚେତନତା ବାର୍ତ୍ତା ପ୍ରସାର କରାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

















Leave a Reply