ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପାଳିତ

ନିମାପଡ଼ା (BT) ପିଙ୍ଗଲାକ୍ଷୀ ପବ୍ଲିକ ୱେଲଫେୟାର ଅର୍ଗାନାଇଜେସନ ଦ୍ଵାରା ତଳ ଅଣ୍ଡିଆ ସ୍ଥିତ ସଂଗଠନର ପ୍ରସାଶନିକ ଭବନ ଠାରେ ଏପ୍ରିଲ ୦୨ ୨୦୨୬ କୁ ବିଶ୍ୱ Autism( ଅଟିଜିମ୍) ସଚେତନତା ଦିବସ ଭାବେ ପାଳନ କରାଯାଇଅଛି । ଏହି ଦିବସରେ ଅନୁଷ୍ଠାନ କୁ ଆସୁଥିବା Autism ( ଅଟିଜିମ ) ଶିଶୁମାନଙ୍କୁ ନେଇ ଚିତ୍ରାଙ୍କନ , ମ୍ୟୁଜିକ୍ ଚେୟାର ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାନ କରାଯାଇ ଶିଶୁମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭା କୁ ପରିପ୍ରକାଶ କରିବା ସହିତ ସେମାନଙ୍କୁ ସମାଜର ମୁଖ୍ୟ ସୋତ୍ରରେ ସାମିଲ୍ ହେବା ନିମନ୍ତେ ଉତ୍ସାହିତ କରାଯାଇଥିଲା ।
ଏହି ଦିବସରେ ପିଙ୍ଗଲାକ୍ଷୀ ର ସ୍ୱତନ୍ତ୍ର ବି.ଏଡ୍. କଲେଜ ର ଛାତ୍ରଛାତ୍ରୀ Autism ଶିଶୁମାନଙ୍କର ଅଭିଭାବକ ଏବଂ ପିଲାମାନଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା ।ଏହି ସଭାରେ ପି.ପି. ଡବ୍ଲୁ.ଓ ର ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ନାୟକ , ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗଗନ ବିହାରୀ ଦାସ , କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପଦ୍ମଲୋଚନ ମହାନ୍ତି , ଅକୁପେସ୍ ନାଲ ଥେରାପିଷ୍ଟ ତପସ୍ୱିନୀ ରଥ , ଫିଜିଓଥେରାପୀ ଶୁଭ୍ରଦୀପ ସ୍ୱାଇଁ , ସ୍ପିଚ ଥେରାପୀ ମୋନାଲିସା ସ୍ୱାଇଁ ଓ ସଂଯୋଜିକା ଗିତିନନ୍ଦା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅଭିଭାବକ ବା ଛାତ୍ରଛାତ୍ରୀ ମାନଙ୍କୁ Autism ସମ୍ପର୍କରେ ତାର କାରଣ , ଚିକିତ୍ସା ପ୍ରଦ୍ଧତି, ମିଳୁଥିବା ସୁବିଧା ଓ ମୂଲ୍ୟାୟନ ନିମନ୍ତେ ବିଭିନ୍ନ ଆଲୋଚନା ମାନ କରାଯାଇଥିଲା । ତତ୍ ସହିତ ସମସ୍ତେ Autism ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଗଗନ ବିହାରୀ ଦାସ ଅଧ୍ୟକ୍ଷତା କରୁଥିଲେ ଏବଂ ସନ୍ଧ୍ୟାସୁଦ୍ଧା ନାୟକ , ସ୍ମିତହାସ୍ୟ ନାୟକ , ଚନ୍ଦନ ମହାରଣା , ଇତ୍ୟାଦି ପରିଚାଳନା କରିଥିବା ବେଳେ ଶେଷରେ ଶ୍ରୀଯୁକ୍ତ ପଦ୍ମଲୋଚନ ମହାନ୍ତି ସମସ୍ତଙ୍କୁ ଧନ୍ୟଵାଦ ଅର୍ପଣ କରିଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *