ନିମାପଡ଼ା, ୧୨/୪ (BT) : ଏପ୍ରିଲ ୧୭ ତାରିଖରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସକୁ ସଫଳତାର ସହିତ ପାଳନ କରିବା ପାଇଁ ଆଜି ଅପରାହ୍ନରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ବ୍ଲକ ବିଜେଡି ସଭାପତି ଭାଗ୍ୟଧର ଖଟୋଇଙ୍କ ଅଧ୍ଯକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିମାପଡ଼ା – ଗୋପ ନିର୍ବାଚନ ମଣ୍ଡଳୀ ବିଜେଡିର ସଂଗଠନ ସମ୍ପାଦକ ସୁବ୍ରତ ଛାଟୋଇ, ଜିଲ୍ଲା ମହିଳା ସଭାନେତ୍ରୀ କସ୍ତୁରୀବାଳା ସ୍ବାଇଁ,ଗୋପ ବ୍ଲକ ସଭାପତି ମହେଶ୍ୱର ସ୍ବାଇଁ,ଜିଲ୍ଲା ପରିଷଦ ସଭ୍ୟା କୁଞ୍ଜଲତା ସାମଲ,ଜିଲ୍ଲାପରିଷଦସଭ୍ୟ ରବୀନ୍ଦ୍ରନାଥ ମଲ୍ଲିକ, ନଗର ସଭାପତି ଧନୁର୍ଦ୍ଧର ଦାଶ,ବରିଷ୍ଟ ନେତୃତ୍ୱ ନିରଂଜନ ମହାପାତ୍ର,ଲୋକନାଥ ସାହୁ ସତ୍ୟବାଦୀ ମହାପାତ୍ର,ସୁକାନ୍ତ ନାୟକ,ପୂର୍ବତନ ସମିତି ସଭ୍ୟ ରବିନ୍ଦ୍ର କୁମାର ମଳିକ,ଯୁବନେତା ବିଜୟ ପଟ୍ଟନାୟକ,ଦୂଲ୍ଲଭ ନାୟକଙ୍କ ସମେତ ବିଭିନ୍ନ ପଂଚାୟତରୁ ୨ ଶହରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀମାନେ ପ୍ରସ୍ତୁତି ବୈଠକରେ ଯୋଗଦେଇଥିଲେ।
ବିଜୁଙ୍କ ତିରୋଧାନ ଦିବସ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ

















Leave a Reply