ଗୋପ/ନିମାପଡା, ୨୯/୦୯/୨୦୨୬:
ପୋଷଣ ମାସ–୨୦୨୬ ଅବସରରେ ପୁରୀ ଜିଲ୍ଲାର ଗୋପ ଓ ନିମାପଡା ବ୍ଲକ୍ର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ତିନିଦିନିଆ ‘ଆଙ୍ଗନ କା ଉତ୍ସବ’ ପାଳିତ ହୋଇଯାଇଛି। ଏହି ଉତ୍ସବ ମାଧ୍ୟମରେ ଶିଶୁ, କିଶୋରୀ, ମହିଳା ଓ ସମୁଦାୟ ମଧ୍ୟରେ ପୋଷଣ, ସ୍ୱାସ୍ଥ୍ୟ ଓ ସଚେତନତା ସମ୍ପର୍କିତ ବାର୍ତ୍ତା ପହଞ୍ଚାଇବାକୁ ଗୁରୁତ୍ୱ ଦିଆଯାଇଛି।
ଆଙ୍ଗନ କା ଉତ୍ସବର ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ “ସମୁଦାୟର ମାଲିକାନା, ସମନ୍ୱୟ ଓ ଉତ୍ତରଦାୟିତ୍ୱ” ଥିମ୍କୁ ପ୍ରମୁଖତା ଦିଆଯାଇଛି।
ଏହି ଅବସରରେ ହିତାଧିକାରୀ, କିଶୋରୀ ବାଳିକା, ପୋଷଣ ସଖୀ ଓ କୃଷି ମିତ୍ରମାନଙ୍କୁ ନେଇ ପ୍ରଭାତଫେରୀ ଆୟୋଜନ କରାଯାଇଥିଲା। ପୋଷଣ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ବାର୍ତ୍ତା ସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମୁଦାୟର ଅଧିକ ସହଭାଗିତାକୁ ଗୁରୁତ୍ୱ ଦିଆଯାଇଥିଲା।
ସେହିପରି ଅଙ୍ଗନୱାଡ଼ି କର୍ମୀ (AWW), ଆଶା ଓ ଏଏନ୍ଏମ୍ଙ୍କ ଦ୍ୱାରା ରକ୍ତହୀନତା ବା Anemia ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ରକ୍ତହୀନତାର ପ୍ରତିରୋଧ ଓ ପୋଷଣର ଗୁରୁତ୍ୱ ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ସହ ଆବଶ୍ୟକ ସଚେତନତା ସୃଷ୍ଟି କରାଯାଇଥିଲା।
ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ଲୌହସମୃଦ୍ଧ ଖାଦ୍ୟ ସାମଗ୍ରୀର ପ୍ରଦର୍ଶନ ମଧ୍ୟ କରାଯାଇଥିଲା। ଏହା ମାଧ୍ୟମରେ ଦୈନନ୍ଦିନ ଖାଦ୍ୟରେ ଲୌହସମୃଦ୍ଧ ଖାଦ୍ୟର ଆବଶ୍ୟକତା ଓ ପୋଷଣର ଗୁରୁତ୍ୱ ସମ୍ପର୍କରେ ସଚେତନତା ବଢ଼ାଯାଇଥିଲା।
ଆଙ୍ଗନ କା ଉତ୍ସବର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଗୋପ ଓ ନିମାପଡା ବ୍ଲକ୍ର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଆୟୋଜନ କରାଯାଇଥିଲା। ନିର୍ଦ୍ଧାରିତ ଥିମ୍ ଅନୁଯାୟୀ ସେହି ଦିନର ସମସ୍ତ କାର୍ଯ୍ୟକଳାପ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଏକରୂପ ଭାବେ କରାଯାଇଥିଲା।
ସମୁଦାୟର ସହଭାଗିତା, ବିଭିନ୍ନ କର୍ମୀ ଓ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ପୋଷଣ ପ୍ରତି ସମସ୍ତଙ୍କ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବା ହେଉଛି ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ।
ପୋଷଣ ସଚେତନ ସମାଜ ଗଠନ ଦିଗରେ ‘ଆଙ୍ଗନ କା ଉତ୍ସବ’ ଏକ ସାମୂହିକ ପ୍ରୟାସର ବାର୍ତ୍ତା ଦେଇଛି।
ପୁରୀ ଜିଲ୍ଲା ଗୋପ ଓ ନିମାପଡାର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ପାଳିତ ହୋଇଯାଇଛି ‘ଆଙ୍ଗନ କା ଉତ୍ସବ’
















Leave a Reply