ନିମାପଡ଼ା(BT)ପ୍ରତିନିଧି:-ବିଜୟାନନ୍ଦ ଦାସ
ନିମାପଡ଼ା ଠାରେ ସ୍ୱାସ୍ଥ୍ୟ ପାଇଁ ହିତକର ମାଇକ୍ରୋଗ୍ରୀନ ବାକ୍ସ ଲୋକାର୍ପିତ ହୋଇଥିଲା। ସ୍ୱାସ୍ଥ୍ୟ ବିଶେଷଜ୍ଞ ବିଶ୍ୱଜିତ୍ ବେହେରା ଏହି କାର୍ଯ୍ୟ କ୍ରମରେ ଭାଗନେଇ ଥିଲେ।ଏହା ସେବନ ଦ୍ଵାରା ୩ ମାସରେ ଫଳ ମିଳିବା ସୁନିଶ୍ଚିତ ବୋଲି ମତବ୍ୟକ୍ତ କରିଥିଲେ, ବିଶିଷ୍ଟ ନାଗରିକ ତଥା ଅବସର ପ୍ରାପ୍ତ ଶିକ୍ଷକ ନେତା ଚିତ୍ତ ରଞ୍ଜନ ସେନାପତି ଓ ସ୍ୱେଚ୍ଛାସେବୀ ସ୍ୱାଧୀନତା ସଂଗ୍ରାମୀ ଓ ଉତ୍ତରାଧିକାରୀ ସଂଗଠନ ସଭାପତି ଆର୍ତ୍ତବଂଧୁ ସେନାପତି, ଜାଗ୍ରତ ଯୁବଶକ୍ତି ସଂଗଠନ ସଂଯୋଜିକା ସମିର ରାଉତରାୟ, ମୁଖ୍ୟ କାର୍ଯୟନିର୍ବାହୀ ବିଜୟାନନ୍ଦ ଦାସ ପ୍ରମୁଖ ଯୋଗଦେଇ ମାଇକ୍ରୋଗ୍ରୀନ ସଦୁପଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଜନସାଧାରଣ ଅନେକ ଦୁରାରୋଗ୍ୟ ଆରୋଗ୍ୟ ଲାଭ କରିଥିବା ବେଳେ, ଏହା ଗ୍ୟାଷ୍ଟ୍ରିକ୍, ବାତ, ଡାଇବେଟିସ, ଓବେସିଟି ଆଦି ରୋଗରୁ ଆଦି ଉପଶମ ମିଳିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଦିନକୁ ୩୦ ଗ୍ରାମ ମାଇକ୍ରୋଗ୍ରୀନ ସେବନ କଲେ ଭିଟାମିନ ମିଳିବା ସହିତ ଧନୀ ଗରିବ ସମସ୍ତେ ସେବନ କରିପାରିବେ ଏବଂ ଏଥିରୁ ଉପକାର ମିଳିଥାଏ ବୋଲି ସୂଚନା ଦିଆଯାଇଥିଲା। ନିମାପଡ଼ା ବାସୀଙ୍କ ଉଦ୍ଦେଶ୍ୟରେ “ମାଇକ୍ରୋଗ୍ରୀନ ରୋଗନାଶକ ଘର ଅଗଣାରେ ଏହା ଗହମ ଘାସ ସଦୃଶ ବୋଲି ମତବ୍ୟକ୍ତ କରି ସାଧାରଣ ମଣିଷ ଏହାକୁ ସେବନ କଲେ ପ୍ରଚୁର ଭିଟାମିନ ପାଇ ପାରିବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଶ୍ରୀ ବେହେରା ସୂଚନା ଦେଇଥିଲେ।














Leave a Reply