ଜଗନ୍ନାଥଙ୍କ ଅଭିଯୋଗ ଉପରେ ଏସ୍ପିଙ୍କୁ ନୋଟିସ୍; ୧୫ ଦିନରେ ରିପୋର୍ଟ ମାଗିଲେ ଆୟୋଗ
ଜଗତସିଂହପୁର:(BT)ପୋଲିସର ନିଷ୍କ୍ରିୟତା, ଅଭିଯୋଗ ଗ୍ରହଣ ନକରିବା ଓ ତଦନ୍ତରେ ଅବହେଳା ନେଇ ଜଗନ୍ନାଥ ବେହେରାଙ୍କ ପକ୍ଷରୁ ଦାଖଲ ଅଭିଯୋଗକୁ ଜାତୀୟ ଅନୁସୂଚିତ ଜାତି ଆୟୋଗ (ଏନ୍ସିଏସ୍ସି) ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଏହାର ତଦନ୍ତ ପାଇଁ ଆୟୋଗ ଜଗତସିଂହପୁର ଏସ୍ପିଙ୍କୁ ନୋଟିସ୍ ଜାରି କରିଛନ୍ତି।
ଆୟୋଗଙ୍କ ନୋଟିସ୍ ଅନୁଯାୟୀ, ଜଗନ୍ନାଥ ବେହେରାଙ୍କ ପକ୍ଷରୁ ୨୩ ସେପ୍ଟେମ୍ବର ୨୦୨୬ରେ ଦାଖଲ ଅଭିଯୋଗ ଆଧାରରେ ମାମଲାର ଅନୁସନ୍ଧାନ କରାଯାଉଛି। ନୋଟିସ୍ ପାଇବାର ୧୫ ଦିନ ମଧ୍ୟରେ ଘଟଣା ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅଭିଯୋଗରେ ୨୦୧୮ ମସିହାର ଏକ ଘଟଣାକୁ ନେଇ ତତ୍କାଳୀନ ପୋଲିସ କର୍ମଚାରୀ ଅତୁଲ କୁମାର ବିଶ୍ୱାଳ ଓ ପ୍ରେମାନନ୍ଦ ବାରିକ୍ଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଉଠାଯାଇଛି। ଅଭିଯୋଗକାରୀଙ୍କ ଦାବି ଅନୁଯାୟୀ, ତାଙ୍କ ପତ୍ନୀ ବୈଶାଳୀ ବେହେରାଙ୍କ ଅଭିଯୋଗ ଥାନାରେ ଗ୍ରହଣ କରାଯାଇନଥିବା ସହ ଘଟଣାର ତଦନ୍ତ ସମୟରେ ମେଡିକାଲ ରିପୋର୍ଟ, ଏକ୍ସ-ରେ ଓ ସାକ୍ଷୀଙ୍କ ତଥ୍ୟ ଠିକ୍ ଭାବେ ଯାଞ୍ଚ କରାଯାଇନଥିଲା।
ଏହାସହ ତଦନ୍ତ ସହ ଜଡ଼ିତ ଦୁଇ ଅଧିକାରୀ ଭାଗ୍ୟଲତା ପ୍ରଧାନ ଓ ସୁଯୋଗ୍ୟ ମିଶ୍ରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଅଭିଯୋଗରେ ଅନୁରୋଧ କରାଯାଇଛି।
ଏସ୍ପିଙ୍କୁ ମାଗିଲେ ବିସ୍ତୃତ ତଥ୍ୟ
ଆୟୋଗ ଏସ୍ପିଙ୍କଠାରୁ ଏତଲା ନମ୍ବର ଓ ତାରିଖ, ଲାଗୁ ହୋଇଥିବା ଆଇନର ଧାରା, ଅଭିଯୁକ୍ତଙ୍କ ବିବରଣୀ, ଗିରଫ ସମ୍ପର୍କିତ ତଥ୍ୟ, ଚାର୍ଜସିଟ୍, ଅନ୍ତିମ ରିପୋର୍ଟ, କ୍ଷତିପୂରଣ ଏବଂ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପର ବିସ୍ତୃତ ତଥ୍ୟ ମାଗିଛନ୍ତି।
ନିର୍ଦ୍ଧାରିତ ସମୟ ମଧ୍ୟରେ ରିପୋର୍ଟ ଦାଖଲ ନହେଲେ ସମ୍ବିଧାନର ଧାରା ୩୩୮ ଅନୁଯାୟୀ ଆୟୋଗ ନିଜର ଆଇନଗତ କ୍ଷମତା ପ୍ରୟୋଗ କରିପାରିବେ ବୋଲି ନୋଟିସ୍ରେ ଉଲ୍ଲେଖ ରହିଛି।
ତେବେ, ନୋଟିସ୍ ଜାରି ହେବା ଅଭିଯୋଗର ସତ୍ୟତା ଉପରେ ଅନ୍ତିମ ନିଷ୍ପତ୍ତି ନୁହେଁ। ଆୟୋଗ ଏହି �
















Leave a Reply