ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

୪୮ ଘଣ୍ଟା ମଧ୍ୟରେ ସାପ୍ତାହିକ ଖବର କାଗଜ ର ସମ୍ପାଦକ ଙ୍କ ଗିରଫ ଦାବିରେ ଦଳିତ ସଙ୍ଘ ପକ୍ଷରୁ ନିମାପଡା ଥାନା ସମ୍ମୁଖ ରେ ବିକ୍ଷୋଭ।

କିଛିଦିନ ତଳେ ନିମାପଡାର ଜଣେ ସାପ୍ତାହିକ ଖବରକାଗଜ ର ସମ୍ପାଦକଙ୍କ ଅସଭ୍ୟ ଆଚରଣ ପାଇଁ ତାଙ୍କୁ ପ୍ରେସ କ୍ଳବ ର ସମସ୍ତ ସଦସ୍ୟ ଙ୍କ ନିଷ୍ପତି କ୍ରମେ ବାହାର କରିଦିଆଯାଇଥିଲା । ଏହି ଘଟଣା କୁ ନେଇ ଆକ୍ରୋଶ ଭାବ ରଖି ସେ ପ୍ରେସ କ୍ଳବ ର ସଭାପତି ଙ୍କ ସମେତ ଅନ୍ୟ ଅନୁସୂଚିତ ଜାତିର ସାମ୍ବାଦିକ ମାନଙ୍କୁ ଅଶ୍ଳୀଳ ଭାଷାରେ ଜାତିଆଣ ଗାଳିଗୁଲଜ କରି ସର୍ବସାଧାରଣ ରେ ତାଙ୍କ ସମ୍ମାନ କୁ କ୍ଷୁର୍ଣ୍ଣ କରିବା ସହିତ ପ୍ରେସ କ୍ଲବ ସଭାପତି ଅକ୍ଷୟ ବେହେରା ପିନ୍ଧିଥିବା ସୁନା ଅଳଙ୍କାର କୁ ଝାମ୍ପି ନେବା ସହିତ ନିଜର ସାପ୍ତାହିକ ଖବର କାଗଜ ରେ ସେମାନଙ୍କ ନାମରେ ମିଥ୍ୟା ପ୍ରଚାର ପ୍ରସାର କରୁଛନ୍ତି। ଯାହାକି ଏକ ନିନ୍ଦନୀୟ ଘଟଣା।ଜଣେ ଶିକ୍ଷିତ, ବରିଷ୍ଠ ସାମ୍ବାଦିକ ବୋଲାଉଥୁବା ବ୍ୟକ୍ତି ଯଦି ଅନୁସୂଚିତ ଜାତିର ସାମ୍ବାଦିକ ମାନଙ୍କୁ ଜାତିଆଣ ଗାଳିଗୁଲଜ କରି ସେମାନେ ପିନ୍ଧିଥିବା ଅଳଙ୍କାର କୁ ଛଡାଇ ନେବା ଘଟଣା କୁ ନେଇ ନିମାପଡ଼ା ଥାନା ରେ ଏତଲା ହୋଇ ଥିଲେ ମଧ୍ୟ ପୋଲିସ ର ନିଷ୍କ୍ରିୟତା କୁ ନେଇ ଦଳିତ ସଙ୍ଘ ପକ୍ଷରୁ କୁହାଯାଇଛି ଉକ୍ତ ଘଟଣା ରେ ସମ୍ପୃକ୍ତ ବ୍ୟକ୍ତି ଙ୍କ ତୁରନ୍ତ ୪୮ ଘଣ୍ଟା ମଧ୍ୟରେ ଗିରଫ କରାଯିବା ଦାବୀ ନେଇ ଆଜି ନିମାପଡ଼ା ପୁରୁଣା ବସ ଷ୍ଟାଣ୍ଡ ଠାରୁ ନିମାପଡ଼ା ଥାନା ପର୍ଯ୍ୟନ୍ତ ଏକ ବିଶାଳ ରାଲି କରିଥିବା ସହିତ ଥାନା ସମୁଖରେ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଜଦି ପୋଲିସ ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ଗିରଫ ନକରେ ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଶ୍ରୀ ବିଜୟ କୁମାର ସେଠି ଧମକ ଦେଇଥିଲା ବେଳେ ଏସଡିପିଓ ଜନାର୍ଦ୍ଦନ ପାଢ଼ୀ ଓ ଆଇ ଆଇ ସି ବାମଦେବ ସ୍ବାଇଁ ଆନ୍ଦୋଳନ ସ୍ଥଳରେ ପହଞ୍ଚି ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ମହାସଂଘର ଦାବିପତ୍ର ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ସ୍ଵର୍ଣ୍ଣ ଲତା ସେଠି, ମମତା ବେହେରା, ପାର୍ବତୀ ମଲ୍ଲିକ ଓ ଦ୍ରୌପଦୀ ବେହେରା,ଏସ.ସି ଓ ଏସ.ଟି ମହାସଂଘର ସଭାନେତ୍ରୀ ମିଲି ସିଂ, ପ୍ରେସ କ୍ଲବର ସଭାପତି ଅକ୍ଷୟ ବେହେରା, ସମ୍ପାଦକ ରମାକାନ୍ତ ବେହେରା, ଉପସଭାପତି ପୁର୍ଣ ଚନ୍ଦ୍ର ମହାପାତ୍ର,ସହ ସମ୍ପାଦକ ଅଶୋକ ବେହେରା, କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ବେହେରା ଓ ସୁଦର୍ଶନ ବେହେରା,ଜାଦବ ସଂଘର ସଭାପତି ଗୟାଧର ବେହେରାଙ୍କ ସମେତ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *