ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ତ୍ରିରଙ୍ଗା ପଦ ଯାତ୍ରାରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ

ନିମାପଡ଼ା:-ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ନିମାପଡ଼ା ବ୍ଲକ ହରିପୁର ମନ୍ଦିର ପୀଠରୁ ଉପମୁଖ୍ୟ ମନ୍ତ୍ରୀଙ୍କ ନେତୃତ୍ବରେ ବିଶାଳ ‘ତ୍ରିରଙ୍ଗା ପଦ ଯାତ୍ରା’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆୟୋଜିତ ହେଉଥିବା ତ୍ରିରଙ୍ଗାଯାତ୍ରା ସହିତ ହର ଘର ତ୍ରିରଙ୍ଗା ଅଭିଯାନର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟ ବର୍ଷ ଅପେକ୍ଷା ଚଳିତ ବର୍ଷ ତ୍ରିରଙ୍ଗା ଯାତ୍ରାର ଗୁରୁତ୍ୱ ଅଧିକ ।ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ନିର୍ଣ୍ଣାୟକ ନେତୃତ୍ୱ, ସେନାର ବୀରତ୍ୱ ଏବଂ ଦେଶବାସୀଙ୍କ ଏକତାର ସଂକଳ୍ପ ସହିତ, ‘ଅପରେସନ ସିନ୍ଦୂର’ ସମ୍ପୂର୍ଣ୍ଣ ସଫଳ ହୋଇଛି । ଏକ ନୂତନ ସମୃଦ୍ଧ, ଶକ୍ତିଶାଳୀ ଏବଂ ସ୍ୱାବଲମ୍ବୀ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ପାଇଁ ଦେଶବାସୀ ଆଜି ଗର୍ବିତ । ମୋଦୀଙ୍କ ଆହ୍ଵାନରେ ‘ହର ଘର ତିରଙ୍ଗା’ ଅଭିଯାନ ଆଜି ଦେଶରେ ସର୍ବବ୍ୟାପୀ ହୋଇପାରିଛି । ତ୍ରିରଙ୍ଗାକୁ ନେଇ ଆନନ୍ଦ ଓ ଉତ୍ସାହରେ ସମସ୍ତ ଦେଶବାସୀ ରାଷ୍ଟ୍ର ପ୍ରେମରେ ଯୋଡି ହୋଇଯାଇଛନ୍ତି ।ଶର ୭୯ତମ ସ୍ୱାଧୀନତା ଦିବସକୁ ଅଧିକ ଆକର୍ଷଣୀୟ ଭାବେ ପାଳନ ପାଇଁ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।ସ୍ଥାନୀୟ ହରିପୁର ପୀଠ ଠାରୁ ଆରମ୍ଭ ହୋଇ ଏହି ତ୍ରିରଙ୍ଗା ଯାତ୍ରା ଖେଲାର,ରଟିଲୋ, ଧନୁଆ ଛକ, ନିମାପଡ଼ା ଦୋଳବେଦୀ ବଜାର ଛକ ଦେଇ ଗୋପ ପର୍ଯ୍ୟନ୍ତ ଯାଇଥିଲା । ଶତାଧିକ ରାଷ୍ଟ୍ରପ୍ରେମୀ ତ୍ରିରଙ୍ଗା ପତାକା ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲାବେଳେ ଏହି ତ୍ରିରଙ୍ଗା ଯାତ୍ରାରେ ଶତାଧିକ ରାଷ୍ଟ୍ରପ୍ରେମୀ, ସ୍କୁଲ, କଲେଜ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଳଙ୍ଗା ମଣ୍ଡଳ ସଭାପତି ଦେବାଶିଷ ଆଚାର୍ଯ୍ୟ, ମଣ୍ଡଳ ସଭାପତି ସନ୍ତୋଷ ପରିଡ଼ା,ସାଂସଦ ପ୍ରତିନିଧି ମିନଲତା ମହାନ୍ତି, କୃଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ, ତହସିଲଦାର ମନୋଜ କୁମାର ପ୍ରଧାନ,ବିଡ଼ିଓ ଡଃ ଅଭିଜିତ ଷଡ଼ଙ୍ଗୀ, ଏନ୍ ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାଶଙ୍କ ସମେତ ପଂଚାୟତ ପ୍ରମୁଖ, ଦଳୀୟ କର୍ମୀ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *