ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଟ୍ରାଫିକ ନିୟମ କଡ଼ାକଡ଼ି କରିବାକୁ ଜାଗ୍ରତ ଯୁବଶକ୍ତି ସଂଗଠନର ପକ୍ଷରୁ ନିମାପଡ଼ା ତହସିଲଦାର ମହୋଦୟ ଙ୍କୁ ଦାବିପତ୍ର ପ୍ରଦାନ

ନିମାପଡ଼ା ର ମୁଖ୍ୟରାସ୍ତା ରେ ଟ୍ରାଫିକ ନିୟମ କଡ଼ାକଡ଼ି ପାଳନ କରାଯିବା ସହିତ ଶୃଙ୍ଖଳିତ ଗାଡିମଟର ଚାଳନା ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନ ରେ “ଜାଗ୍ରତ ଯୁବଶକ୍ତି” ଯୁବ ସଂଗଠନ ତରଫରୁ ମାନନୀୟ ନିମାପଡ଼ା ତହସିଲଦାର ମହୋଦୟ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ମୁଖ୍ୟ ରାସ୍ତା ଉପରେ ବହୁ ସମୟରେ ଗାଡିମଟର ପାର୍କିଂ ଯୋଗୁଁ ଯାତାୟତରେ ସମସ୍ୟା ।ଭୁଲ ପାର୍ଶ୍ଵ ରେ ଦ୍ରୁତ ଗତିରେ ଗାଡ଼ିଚାଳନା ଯୋଗୁଁ ବାରମ୍ବାର ଦୁର୍ଘଟଣା କୁ ଏଡ଼ାଇବା ନିମନ୍ତେ । ନିୟମିତ ଗାଡିମଟର ଚେକିଙ୍ଗ କରାଯାଇ ମଦ୍ୟପାନ କରି ଗାଡ଼ି ଚଳାଉଥିବା ମଦ୍ୟପ ଚାଳକ ଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ । ଗୋଲେଇ ଛକ ଠାରୁ ତଳଅଂଢିଆ ପର୍ଯ୍ୟନ୍ତ ନିମାପଡ଼ା ସହର ମଧ୍ୟ ଦେଇ ଯାଉଥିବା ଭାରିଯାନ ଚଳାଚଳ ର ବେଗ ଓ ସମୟ ନିର୍ଦ୍ଧାରଣ ।
ଆସନ୍ତା ପାର୍ବଣ ଋତୁ ପୂଜା ବଜାରରେ ବହୁସଂଖ୍ୟକ ଲୋକ ସମାଗମ କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯିବା ସହ ଶୃଙ୍ଖଳିତ ଗାଡିମଟର ଚାଳନା ଉପରେ ଗୁରୁତ୍ବ ଦେବାକୁ ଏବଂ ସ୍ଥଳ ବିଶେଷରେ ଜନସଚେତନତା ସୃଷ୍ଟି ପାଇଁ ନିମାପଡ଼ା ପ୍ରଶାସନ ଙ୍କୁ ଅନୁରୋଧ କରାଯାଇଥିଲା ।  ଆଦର୍ଶ ଦାସମୀର ରଞ୍ଜନ ରାଉତରାୟ, ଦଣ୍ଡ ପାଣିସାହୁ, ହୃଦାନନ୍ଦ ଦାସ ପ୍ରମୁଖ ଦାବୀପତ୍ର ଦେଇଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *