ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ପାଇଁ ଲାଗିବ ମୋବାଇଲ କଟକଣା

 ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ କଟକଣା ଉଭୟ ସେବାୟତ ଓ ଭକ୍ତଙ୍କ ପାଇଁ ଲାଗୁ ହେବ । ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ପାଇଁ ସଂଶୋଧିତ ମାର୍ଗଦର୍ଶିକାକୁ ମୋହର ମାରିଛି ପରିଚାଳନା କମିଟି । ରାଜ୍ୟ ସରକାରଙ୍କ ଅନୁମୋଦନ ଆସିବା ପରେ ଶୁଭ ବେଳାରେ ଗଣତି ମଣତି ଆରମ୍ଭ ହେବ। ସେପଟେ ଶ୍ରୀମନ୍ଦିର ପ୍ରଶାସନର ଭକ୍ତ ନିବାସରେ ଲାଗୁ କରାଯାଇଥିବା ଅହେତୁକ ପାର୍କିଂ ଫି’କୁ ନେଇ ଚାରିଆଡୁ ସମାଲୋଚନା ଓ ବିରୋଧ ପରେ ପାର୍କିଂ ଫି’କୁ କମାଯାଇଛି । ସେହିପରି ସେବାୟତ ପିଲାଙ୍କ ଆଧ୍ୟାତ୍ମିକ, ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପାଇଁ ବିର୍ଲା ସହ ହୋଇଥିବା ଆଦର୍ଶ ଗୁରୁକୁଳ ଚୁକ୍ତି ବାତିଲ ହୋଇଛି ।ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ କଟକଣା ଉଭୟ ସେବାୟତ ଓ ଭକ୍ତଙ୍କ ପାଇଁ ଲାଗୁ ହେବ । କୌଣସି ସୁରକ୍ଷାକର୍ମୀ ମୋବାଇଲ ଫୋନ୍ ଖୁଲମଖୁଲା ଶ୍ରୀମନ୍ଦିର ଭିତରେ ବ୍ୟବହାର କରିପାରିବେ ନାହିଁ । ତେବେ କଥାବାର୍ତ୍ତା ହେବା ପାଇଁ ଶ୍ରୀମନ୍ଦିର ଭିତରେ ଥିବା ଶାଖା କାର୍ଯ୍ୟାଳୟରେ ଫୋନ୍ ବ୍ୟବହାର କରିପାରିବେ । ଯଦି ଖୁଲମଖୁଲା ମୋବାଇଲ ଫୋନ୍ ବ୍ୟବହାର କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ପଠାଯାଇଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *