ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ରାଷ୍ଟ୍ରୀୟ ହିନ୍ଦୁ ସମାଜ ଓଡିଶା ଦ୍ଵାରା ଆୟୋଜିତ ପବିତ୍ର ଜନ୍ମାଷ୍ଟମୀ ମହାମହୋତ୍ସଵ ପରିପାଳନ।

ଆଜି ନିମାପଡ଼ା ସ୍ଥିତ ଟାଉନ୍ ହଲ୍ ପ୍ରକୋଷ୍ଠରେ ରାଷ୍ଟ୍ରୀୟ ହିନ୍ଦୁ ସମାଜ ଓଡିଶା ତରଫରୁ ପବିତ୍ର ଜନ୍ମାଷ୍ଟମୀ ମହାମହୋତ୍ସଵ ପରିପାଳନ ହୋଇଯାଇଛି।
ଏ ଉପଲକ୍ଷେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରକଳା ଓ କୃଷ୍ଣ ବେଶ ପ୍ରତିଯୋଗୀତା‌‌ ଆୟୋଜିତ ହୋଇ କୃତୀ ପ୍ରତିଯୋଗୀମାନଙ୍କୁ, ସାନ୍ଧ୍ୟ ଉତ୍ସବରେ ସମ୍ମାନିତ କରାଯାଇଥିଲା।
ବିଚାରକ ରୁପେ ଭୁବନେଶ୍ଵର ରୁ ଆଗତ ଶ୍ରୀ ବସନ୍ତ ବେହେରା ଓ ଶ୍ରୀ ସୁଧାଂଶୁ ଶେଖର ସାମନ୍ତସିଂହାର ଓ ପୂରୀ ରୁ ଆଗତ ଡଃ ବୈଦ୍ୟନାଥ ମିଶ୍ର ଓ ଶ୍ରୀ ବିନୟ ରଥ ଯୋଗଦାନ କରିଥିଲେ।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଲ୍ ଓଡିଶା ହୋମିଓପାଥି ଆସୋସିଏସନ୍ ସଭାପତି ଡ଼ଃ ନେତ୍ରାନନ୍ଦ ଭୋଇ , ମୁଖ୍ୟ ବକ୍ତା ଭାବେ ସ୍ଵାମୀ ରାମେଶ୍ବରାନନ୍ଦ ସରସ୍ଵତୀ ମହାରାଜ୍ ସମ୍ମାନନୀୟ ଅତିଥି ଭାବେ ଶିକ୍ଷାବିତ ତଥା କ୍ରୀଡାବିତ ଶ୍ରୀ ନିର୍ମଳ ମିଶ୍ର ଓ ଶିକ୍ଷାବିତ ଶ୍ରୀ ପ୍ରତାପ ଚନ୍ଦ୍ର ସାଵୁତ୍ ଯୋଗଦାନ କରିଥିଲେ।
ଅତିଥି ମାନେ ଆଗାମୀ ଦିନରେ ସନାତନ ହିନ୍ଦୁ ଧର୍ମ‌ ଉପରେ ଆସୁଥିଵା ବିପତ୍ତି ଓ ତାର ସମାଧାନ ନିମନ୍ତେ ସୁପରାମର୍ଶ ଦେବା ସହ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ଗଠନ ନିମନ୍ତେ ଆର୍ଶିଵଚନ ଦେଇଥିଲେ। ପିଲାମାନଙ୍କ ଭବିଷ୍ୟତ ଗଠନ ନିମନ୍ତେ ଅଭିଭାବକ ମାନଙ୍କର ଭୁମିକା ଉପରେ ବକ୍ତାମାନେ ମଧ୍ୟ ମତ ପୋଷଣ କରିଥିଲେ ।
ସଂଗଠନ ର ସଭାପତି ଶ୍ରୀ ସତ୍ୟନାରାୟଣ ମିଶ୍ର ସ୍ଵ ବକ୍ତବ୍ୟ ମାଧ୍ଯମରେ ପ୍ରକାଶ କରିଥିଲେ ଯେ,
ଆମ ସମସ୍ତେ ସନାତନୀ ପରମ୍ପରାକୁ ,ତଥା ହିନ୍ଦୁ ଧର୍ମର ବୈଶିଷ୍ଟ୍ୟ ର ପାଳନ ନିମନ୍ତେ ସର୍ବପ୍ରଥମେ ନିଜ ପରିବାରରୁ ପ୍ରୟାସ କରିବା , ଫଳତଃ ଏହା କ୍ରମାନ୍ୱୟରେ ଆମ ଗ୍ରାମ , ପଞ୍ଚାୟତ, ଜିଲ୍ଲା ତଥା ଆମ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଜାରି ରହିବ ।
ଉପସ୍ଥିତ କାର୍ଯ୍ୟକର୍ତ୍ତା ମଣ୍ଡଳୀ ଶ୍ରୀ ଜ୍ଞାନ ରଞ୍ଜନ ପଣ୍ଡା ,ଶ୍ରୀ ଅକ୍ଷୟ କୁମାର ନାୟକ,ଶ୍ରୀ କ୍ଷେତ୍ରବାସୀ ସାହୁ,ଶ୍ରୀ ଭାଵତୋଶ ପଣ୍ଡା ,ଶ୍ରୀ ନୃସିଂହ କୁମାର ବେହେରା,ଶ୍ରୀ ଭରତ ସାହୁ,ଶ୍ରୀମତୀ ଅନିତା ଵେହେରା,ଶ୍ରୀ ବିସ୍ମୟ କୁମାର ସାହୁ,ଶ୍ରୀ ପ୍ରକାଶ ବଳ,ଶ୍ରୀ ପ୍ରଫୁଲ୍ଲ ଦାସ ପ୍ରମୁଖ ସମସ୍ତ କାର୍ଯ୍ୟ କୁ ପରିଚାଳନା କରିବା ସହ ଆଗାମୀ ଦିନରେ ମଠ ମନ୍ଦିର ସୁରକ୍ଷା, ଗୋମାତାଙ୍କ ସୁରକ୍ଷା , ସର୍ବୋପରି ରାଷ୍ଟ୍ର ସୁରକ୍ଷା ନିମନ୍ତେ ଦୃଢ଼ ଶପଥ ନେଇଥିଲେ ।
ସର୍ବଶେଷରେ ସଭାପତି ଶ୍ରୀ ମିଶ୍ର ସମସ୍ତଙ୍କୁ ସଂଗଠନ ରେ ସାମିଲ ହେବା ନିମନ୍ତେ ଅନୁରୋଧ ସହ
ଏହି ସଚେତନତା ବାର୍ତ୍ତା ସର୍ବତ୍ର ପ୍ରଚାର ଓ ପ୍ରସାର ନିମନ୍ତେ ଅନୁରୋଧ ରଖିଥିଲେ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *