ନିମାପଡ଼ା ଉଚ୍ଚ ବିଦ୍ୟାଳୟରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ- ସୁରଭି ୨୦୨୫ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ନିମାପଡ଼ା ଏନ୍ଏସିର ଅଧ୍ଯକ୍ଷା ସସ୍ମିତା ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ନିମାପଡ଼ା ତହସିଲଦାର ମନୋଜ କୁମାର ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧୂକାରୀ ଚିନ୍ମୟ ଦାସ ଓ ସାଂସଦ ପ୍ରତିନିଧୂ ମୀନଲତା ମହାନ୍ତି, ମଣ୍ଡଳ ସହ-ଶିକ୍ଷାଧୂକାରୀ ପୁଷ୍ପମିତ୍ରା ମିଶ୍ର, ଗୀତାଳଞ୍ଜି ନାୟକ, ସୁଦର୍ଶନ ଭୋଇ ଓ ନିମାପଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନନ୍ଦିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ମଣ୍ଡଳ ଶିକ୍ଷାଧୀକାରୀ କୈଳାସ ଚନ୍ଦ୍ର ପାଢ଼ୀ ସଭାପତିତ୍ଵ କରିଥିଲେ । ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ବକ୍ତୃତା, କୁଇଜ୍, ସଂଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ଚିତ୍ରକଳା ଓ ଶିଳ୍ପକଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିକୁ ନେଇ ପ୍ରତିଯୋଗୀତା କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟରୁ ମୋଟ ୪୪୭ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ବିଭିନ୍ନ ବିଭାଗରୁ ପ୍ରଥମ ସ୍ଥାନ ଅଧୁକାର କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲେ । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଶଙ୍କର ଭୋଇ, ଅଧ୍ୟକ୍ଷ ନିମାପଡ଼ା ପଞ୍ଚାୟତ ସମିତି, ମୁଖ୍ୟବକ୍ତା ଅମିତା ମହାନାୟକ, ଅଧ୍ଯକ୍ଷା ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ଓ ସମ୍ମାନୀତ ଅତିଥ ରୂପେ ମଣ୍ଡଳ ସହ ଶିକ୍ଷାଧୂକାରୀ ଯୋଗଦାନ କରିଥିଲେ । । ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଉଦ୍ଯାପନୀ କାର୍ଯ୍ୟକ୍ରମ କରାଯାଇଥିଲା। ଏଥର ସମସ୍ତ ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଜର୍ନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମଣ୍ଡଳ ଅଧୀନସ୍ଥ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତ ଶିକ୍ଷକ ସଂଗଠନ ଓ ସମସ୍ତ ସିଆରସିସି ଭାଇ ଓ ଭଉଣୀମାନେ ସହଯୋଗ କରିଥିଲେ । ସର୍ବଶେଷରେ ବିଆରସିସି ସସୁଦର୍ଶନ ଭୋଇ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ କରିଥିଲେ ।




















Leave a Reply