ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ା ସ୍ଥିତ ନୀଳାଦ୍ରି ନିଳୟ ଠାରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଅଛି

ନିମାପଡ଼ା: (BT) ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ଅର୍ଗାନାଇଜେସନ ଓ ସମ୍ବାଦ ସାହିତ୍ୟଘରର ମିଳିତ ଉଦ୍ୟମରେ ସଂଗଠନ ଦ୍ୱାରା ପରିଚାଳିତ ତଳ ଆଣ୍ଡିଆ ସ୍ଥିତ ନୀଳାଦ୍ରି ନିଳୟ ଠାରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଅଛି I ଏହି ଦିବସରେ ନୀଳାଦ୍ରି ନିଳୟର ଅନ୍ତେବାସୀଙ୍କ ସହ ଡା. ଅଭିଜିତ ଷଡ଼ଙ୍ଗୀ, ବ୍ଲକ ଉନ୍ନୟନ ଅଧିକାରୀ ତଥା ପି.ପି.ଡବ୍ଲୁ.ଓ. ର ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ନାୟକ, ସମ୍ପାଦକ ଶ୍ରୀଯୁକ୍ତ ଗଗନ ବିହାରୀ ଦାସ, କୋଷାଧକ୍ଷ ଶ୍ରୀଯୁକ୍ତ ପଦ୍ମଲୋଚନ ମହାନ୍ତି ଉପସ୍ଥିତ ଥିଲେ I ଅନ୍ତେବାସୀମାନଙ୍କୁ ଡା. ଅଭିଜିତ ଷଡ଼ଙ୍ଗୀ ପଖାଳ ପରିବେଷଣ କରିବାସହ ଅନ୍ତେବାସୀ ମାନଙ୍କ ସହିତ ବେଶ କିଛି ମୁହୂର୍ତ କଟାଇଥିଲେ I ଏହି କାର୍ଯ୍ୟକ୍ରମକୁ ସଖି ନିବାସ ର ପରିଚାଳିକା ଗାୟତ୍ରୀ ବଳିୟାରସିଂହ, ଏକଲବ୍ୟ ଶିକ୍ଷାକେନ୍ଦ୍ରର କର୍ମଚାରୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ସ୍ମିତହସ ନାୟକ, ଲିପ୍ସା ଜେନା, ଆଶୀର୍ବାଦ ପଟ୍ଟନାୟକ ଇତ୍ୟାଦି ପରିଚାଳନା କରିଥିଲେ I

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *