ନିମାପଡ଼ା ର ପ୍ରସିଦ୍ଧ ଶୈବପୀଠ ବିଷ୍ଣୁପୁର ଗ୍ରାମ ବାବା ସିଦ୍ଧେଶ୍ୱର ଦେବ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଓଡ଼ିଶାର ସର୍ବବୃହତ ଚାଷୀ ସଂଗଠନ “ନବ ନିର୍ମାଣ କୃଷକ ସଂଗଠନ” ର ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଚାଷୀ ଉତ୍ପାଦିତ ଦ୍ରବ୍ୟ ର ଉପଯୁକ୍ତ ମୂଲ୍ୟ ପାଇବା, ପ୍ରତି ଚାଷୀ ପରିବାର କୁ ମାସିକ ₹ ୧୦,୦୦୦/- ଟଙ୍କା ସୁରକ୍ଷା ଭତ୍ତା, ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ କୁ ₹ ୫୦୦୦/- କୁ ବୃଦ୍ଧି କରିବା, ଚାଷୀ କୁ ସାମ୍ବିଧାନିକ ସମ୍ମାନ, ଚାଷ ଜମି କୁ ମାଗଣା ବିଜୁଳି ଯୋଗାଣ, ନିୟମିତ ଜଳ ସେଚନ ଓ ଜଳ ନିଷ୍କାସନ, ଷଣ୍ଢ, ମାଙ୍କଡ, ବାରହା, ହାତୀ ହରିଣ ଉପଦ୍ରବ ରୁ ଫସଲ ସୁରକ୍ଷା ପ୍ରଦାନ, ସମସ୍ତଙ୍କ ପାଇଁ ଶିକ୍ଷା,ସ୍ବାସ୍ଥ୍ୟ ସଂପୂର୍ଣ୍ଣ ମାଗଣା, ପ୍ରତ୍ୟେକ ୬୦ ବର୍ଷ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଙ୍କ ପାଇଁ ମାସିକ ₹ ୩,୫୦୦ ଭତ୍ତା ପ୍ରଦାନ, ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ମାଧ୍ୟମ ରେ ଯୁବ ବର୍ଗ ଙ୍କୁ ରୋଜଗାର ପ୍ରଦାନ କରିବା, ଓଡ଼ିଶା କୁ ସଂପୂର୍ଣ୍ଣ ନିଶାମୁକ୍ତ କରିବା, ସରକାରୀ ଲାଞ୍ଚ, ଦୁର୍ନୀତି ବନ୍ଦ କରିବା ଭଳି ପଦକ୍ଷେପ ନେବା ଲାଗି ଆଗାମୀ ଅକ୍ଟୋବର ୩୦ ତାରିଖ ରେ ପୁରୀ ଜିଲ୍ଲାପାଳ ଙ୍କ ଅଫିସ ଘେରାଉ କରାଯିବାର କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ନିମାପଡ଼ା ବ୍ଲକ୍ ର ସମସ୍ତ ୩୨ ପଞ୍ଚାୟତ ର ୧୦,୦୦୦ ରୁ ଉର୍ଦ୍ଧ୍ବ ଚାଷୀ ଯୋଗ ଦେବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକ ରେ ନବ ନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀଯୁକ୍ତ ଅକ୍ଷୟ କୁମାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମହାରଣା, ନିମାପଡା ବ୍ଲକ୍ ପ୍ରଭାରୀ ରଞ୍ଜିତ କୁମାର ପଟ୍ଟନାୟକ, ଯୁବ ଛାତ୍ର ସଂଯୋଜକ ମନୱର ଅଲ୍ଲୀ, ଈଶ୍ୱର ପ୍ରଧାନ, ପ୍ୟାରିସ ପାତ୍ର, ଜୟନ୍ତ ଜେନା, ଦିଲ୍ଲୀପ ନାୟକ, ମହେନ୍ଦ୍ର ପଳତା, ଜୟନ୍ତ ଲେଙ୍କା, ସୁଶାନ୍ତ ସ୍ବାଇଁ ଙ୍କ ସମେତ ନିମାପଡ଼ା ର ଯୁବ ନେତୃତ୍ବ ଆଦର୍ଶ ଦାଶ ଏବଂ ସମୀର ରଞ୍ଜନ ରାଉତରାୟ ପ୍ରମୁଖ ଙ୍କ ସହିତ ୫୦୦ ରୁ ଉର୍ଦ୍ଧ୍ବ ଚାଷୀ ଯୋଗ ଦେଇ ଆଗାମୀ ଦିନରେ କୃଷକ ମାନଙ୍କ ସମସ୍ୟା ସମାଧାନ ପାଇଁ ନବ ନିର୍ମାଣ କୃଷକ ସଂଗଠନ ର ଆନ୍ଦୋଳନ ଅଧିକ କ୍ରିୟାଶୀଳ ତଥା ସଫଳ କରାଇବା ପାଇଁ ଦୃଢ଼ ସଂକଳ୍ପ ଗ୍ରହଣ କରିଥିଲେ ।


















Leave a Reply