ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ମହିଳା ମାନଙ୍କ ସୁରକ୍ଷାକୁ ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ନିମାପଡ଼ା ଥାନାରେ ସ୍ମାରକ ପତ୍ର ପ୍ରଦାନ।

ନିମାପଡ଼ା -୧୪-୮- ପୁରୀ ଜିଲ୍ଲା ନିମାପଡ଼ା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମହିଳାଙ୍କ ସୁରକ୍ଷାକୁ ନେଇ ପୋଲିସ ଡ଼ିଜିଙ୍କ ଉଦ୍ଦେଶ୍ୟରେ ଆଜି ନିମାପଡ଼ା ଥାନା ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପୋଷ୍ଟ କାର୍ଡ ମାଧ୍ୟମରେ କଲେଜ କ୍ୟାମ୍ପସର ସୁରକ୍ଷା ପାଇଁ ଚିଠି ପଠାଯାଇଛି।ଦିନକୁ ଦିନ ମହିଳାଙ୍କ ପ୍ରତି ନିର୍ଯ୍ୟାତନା ବୃଦ୍ଧି ପାଉଥିବା ବେଳେ ଏପଟେ ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ମଧ୍ୟ ସମ୍ପୂର୍ଣ ବିପର୍ଯ୍ୟସ୍ତ ହେବାର ଲାଗିଛି।ତେବେ ୟାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରତ୍ୟେକ ଦିନ ଆନ୍ଦୋଳନ କରୁଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି କୌଣସି ଧ୍ୟାନ ଦେଉନଥିବା ଅଭିଯୋଗରେ ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଥାନା ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ଚିଠି ପଠାଯାଇଛି। ଆଗକୁ ଆଇନ୍ ଶୃଙ୍ଖଳା ସ୍ଥିତି ସଠିକ୍ କରାନଗଲେ ପୁଣି ଥରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନି ଦେଇଛି ବିଜୁ ଛାତ୍ର ଜନତା ଦଳ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *