ଆଜି ଅପରାହ୍ନ ରେ “ଜାଗ୍ରତ ଯୁବଶକ୍ତି” ସଂଗଠନ ତରଫରୁ ନିମାପଡ଼ା ଜୟଶ୍ରୀ ଛକ ଠାରେ ” ଗୋସମ୍ପଦ ଙ୍କୁ ରାସ୍ତା ଦୁର୍ଘଟଣା ରୁ ବଞ୍ଚାଇବା ” ଉଦ୍ଦେଶ୍ୟରେ ଜନସଚେତନତା ସୃଷ୍ଟି ଲାଗି ଏକ ଅଭିଯାନ କରାଯାଇଥିଲା । “ରାସ୍ତାରେ ନ ପଡୁ ଗୋମାତା ଙ୍କ ରକ୍ତ ଛିଟା” ; ଗୋ ଆଶ୍ରୟସ୍ଥଳ ପାଇଁ କରାଯାଉ ବ୍ୟବସ୍ଥା, “ବ୍ରେକ ଉପରେ ରହୁ ପାଦ ; ବାଟ ମଝିରେ ଗୋ ସମ୍ପଦ” , “ଗୋଚର ଜମି ଜବର ଦଖଲ ; ରାସ୍ତାରେ ଗୋ ବଂଶ କଲବଲ”, “ରାତ୍ରୀକାଳୀନ ଗୋଦୁର୍ଘଟଣା ଏଡ଼ାଇବା ଲାଗି ପଦକ୍ଷେପ ନେବା ଆମ ଦାବି” ଭଳି ଗୁରୁତ୍ୱପୂର୍ଣ୍ଣ ଲେଖା ଗୁଡିକ ପ୍ଲାକାର୍ଡ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । “ଜାଗ୍ରତ ଯୁବଶକ୍ତି” ସଂଗଠନ ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ବିଶ୍ୱଜିତ ବେହେରା, ଦିଗମ୍ବର ନାୟକ, ଅଜୟ କୁମାର ମିଶ୍ର, ଦଣ୍ଡପାଣି ସାହୁ, ଅଜୟ କୁମାର ପଣ୍ଡା, ଅଭିଜିତ ମହାପାତ୍ର, ଶୈଳେନ୍ଦ୍ର ରଥ, କୃଷ୍ଣ ଚନ୍ଦ୍ର ପାତ୍ର, ନିରଞ୍ଜନ ଓଝା, ଅଭିଜିତ ବେହେରା, ସ୍ମ୍ତତି ରଞ୍ଜନ ଓଝା, ରାଜକିଶୋର ମହାପାତ୍ର, ସନ୍ଦୀପ ଆଚାର୍ଯ୍ୟ ଙ୍କ ସମେତ ଶତାଧିକ ନାଗରିକ ଏକତ୍ରିତ ହୋଇ ଗୋବଂଶ ଙ୍କ ସୁରକ୍ଷା ପାଇଁ ସତର୍କତା ର ସହିତ ଧୀର ବେଗରେ ଗାଡ଼ିଚାଳନା ହିଁ ଏକମାତ୍ର ବିକଳ୍ପ ବୋଲି ଗାଡି ଚାଳକ ମାନଙ୍କୁ ସଚେତନ କରାଇଥିଲେ । ଆଗାମୀ ଦିନରେ ନିମାପଡ଼ା କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ସମେତ ବିଭିନ୍ନ ଗ୍ରାମ୍ୟ ରାସ୍ତାରେ ଏହି ଭଳି ସଚେତନତା ମୂଳକ ଅଭିଯାନ କ୍ରମାନ୍ୱୟରେ କରାଯିବ ବୋଲି ସଂଗଠନ ଆବାହକ ଆଦର୍ଶ ଦାଶ ଗଣମାଧ୍ୟମ ଙ୍କୁ ସୂଚନା ଦେଇଛନ୍ତି ।
ଜାଗ୍ରତ ଯୁବଶକ୍ତି ସଂଗଠନ ତରଫରୁ ” ଗୋସମ୍ପଦ ଙ୍କୁ ରାସ୍ତା ଦୁର୍ଘଟଣା ରୁ ବଞ୍ଚାଇବା ” ଉଦ୍ଦେଶ୍ୟରେ ଜନସଚେତନତା

















Leave a Reply