ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଗଡ଼ତୋରିହଁ ସମବାୟ ସମିତି ରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ପୁରୀ ଜିଲ୍ଲାପାଳ ମହୋଦୟ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା

ନିମାପଡା (BT)ଆଜି ଜାଗ୍ରତ ଯୁବଶକ୍ତି ସଂଗଠନ ତରଫରୁ ନିମାପଡା ବ୍ଲକ ବଡଶିରିବିଳା ପଞ୍ଚାୟତ ଗଡ଼ତୋରିହଁ ସମବାୟ ସମିତି ରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ପୁରୀ ଜିଲ୍ଲାପାଳ ମହୋଦୟ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ପ୍ରାୟ ୨୦୦ ଚାଷୀ ଙ୍କୁ ମିଳିଥିବା ଟୋକନ ର ଅବଧି ପୁରିବାକୁ ବସିଥିବା ବେଳେ ଗତ ୧୫ ଦିନ ହେଲା ସମବାୟ ସମିତି ରୁ ଧାନ ଉଠାଣ ନ ହେବା, ଟାର୍ଗେଟ ନ ଥିବା ର ଆଳ ଦେଖାଇ ସମବାୟ ସମିତି ବଦଳରେ ୪୦ କି.ମି ଦୂର ସାକ୍ଷୀଗୋପାଳ ସ୍ଥିତ ମିଲ ରେ ଧାନ ଦେବାକୁ ଚାଷୀ ମାନଙ୍କ ଉପରେ ଚାପ ପକାଇବା ଭଳି ସମସ୍ୟା କୁ ନେଇ ଜାଗ୍ରତ ଯୁବଶକ୍ତି ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ଦାସ, ଅଜୟ କୁମାର ମିଶ୍ର ଙ୍କ ନେତୃତ୍ୱରେ ବଡ଼ଶିରିବିଳା ପଞ୍ଚାୟତ ର ଅନେକ ଚାଷୀ ନିମାପଡା ବ୍ଲକ ପ୍ରଶାସନ ଙ୍କ ସହିତ ଆଲୋଚନା କରି ତୁରନ୍ତ ଧାନ ସଂଗ୍ରହ ଟୋକନ ଅବଧି ବୃଦ୍ଧି ସହିତ ଗଡ଼ତୋରିହଁ ସମବାୟ ସମିତି ପ୍ରାଙ୍ଗଣ ରେ ହିଁ ଧାର୍ଯ୍ୟ ସମୟ ଭିତରେ ସମସ୍ତ ଚାଷୀ ଙ୍କ ଠାରୁ ଯଥାର୍ଥ ପରିମାଣର ଧାନ ଉଠାଣ ଲାଗି ବ୍ୟବସ୍ଥା କରିବାକୁ ଦାବି କରିଥିଲେ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *