ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଦୁଇ ଅଭିଯୁକ୍ତ ଥାନାରୁ ଫେରାର।

ପୁରୀ ଜିଲ୍ଲା ଗୋପ ଥାନାରୁ ଫେରାର ହୋଇଗଲେ ଦୁଇ ଅଭିଯୁକ୍ତ।ସୂଚନା ଅନୁଯାୟୀ ଗତ ୨୫.୭.୨୫ ତାରିଖରେ ଗୋପ ସୋରିଶିଆପଦା ଅଞ୍ଚଳର ମନୋରଞ୍ଜନ ଦାସ ତାଙ୍କ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ଗୋପ ଥାନାରେ କରିଥିଲେ।ପୋଲିସ ଅଭିଯୋଗ ଆଧାରରେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ବେଳେ ଜାଣିବାକୁ ପାଇଲେ ଯେ ସିସିଟିଭି ଲାଗିଛି | ସିସିଟିଭି ଯାଞ୍ଚ କରି ଆଉ ସିସିଟିଭି ଆଧାରରେ ଆଜି ସ୍ଥାନୀୟ ସୁଦରେଇ ଅଞ୍ଚଳରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ | ଆଜି ରାତ୍ରି ପ୍ରାୟ ୯ଟା ରୁ ୯.୩୦ ମଧ୍ୟରେ ଦୁଇଜଣ ପରିସ୍ରା ଯିବା ବାହାନା କରି ଲାଟିନର ଝରକା ଭାଙ୍ଗି ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ମାନେ ଥାନାରେ ଉପସ୍ଥିତ ଥାଇ କିଭଳି ଅଭିଯୁକ୍ତ ମାନେ ଫେରାର ହୋଇଗଲେ ତାହା ଏବେ ଗୋପ ଅଂଚଳରେ ଆଲୋଚନାର ପରିସର ପାଲଟିଛି |ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଦୁଇଜଣ ଅଭିଯୁକ୍ତଙ୍କ ର ଖବର ପୋଲିସ ପାଖରେ ନାହିଁ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *