ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଡ଼ିଏଭି ସ୍କୁଲ, ଚନ୍ଦ୍ରଶେଖରପୁରର କମ୍ୟୁନିଟ ସର୍ଭିସ କ୍ୟାମ୍ପ ୨୦୨୬, ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାରେ

ନିମାପଡା(BT) (9.3.26) ଆଜି ଡ଼ି ଏ ଭି ସ୍କୁଲ ଚନ୍ଦ୍ରଶେଖର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାରେ ସାମୂହିକ ସେବା ଶିବିର ଆୟୋଜିତ ହୋଇଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଶିବିରର ମୁଖ୍ୟ ଏମ ଏମ ହକ ଅତିଥି ପରିଚୟ ପ୍ରଦାନ କରିଥିଲେ l ଶିବିରର ଡେପୁଟି ମୁଖ୍ୟ ଭାରତୀ ପ୍ରଧାନ ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତାଙ୍କୁ ଅତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ l ମୁଖ୍ୟ ଅତିଥି ଭାବରେ ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ଡ଼କ୍ଟର ଅଜୟ କୁମାର କୁମାର ବେହେରା ଏବଂ ମୁଖ୍ୟବକ୍ତା ଭାବରେ ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୁତତ୍ତ୍ୱବିତ ପ୍ରଫେସର ଡ଼କ୍ଟର ମାନସ ରଞ୍ଜନ ସ୍ୱାଇଁ ଯୋଗ ଦେଇଥିଲେ l ଏହି ଶିବିର ଡ଼ି ଏ ଭି ଚନ୍ଦ୍ରଶେଖର ଭୁବନେଶ୍ୱରର ପ୍ରିନସିପାଲ ଡ଼କ୍ଟର ସୁଜାତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନରେ ଆୟୋଜିତ ହୋଇଥିଲା l ଏହି ଶିବିର ଡେପୁଟି ମୁଖ୍ୟ ଭାରତୀ ପ୍ରଧାନ ଏବଂ ଦୁର୍ଗା ପ୍ରସନ୍ନ ଦାସମହାପାତ୍ର, ଶିବିରର କମlଣ୍ଡ ଡ଼କ୍ଟର ସର୍ବଦାମନ ସିଂ, ଶିବିରର ତାଲିମ ଅଧିକାରୀ ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ଦାସ, ଶିବିରର ସହସଂଯୋଜକ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନରେ ଛାତ୍ରଛାତ୍ରୀ କାର୍ଯ୍ୟ ନିର୍ବାହ କରିଥିଲେ l ନିମାପଡାର ବିଷ୍ଣୁପୁର ଠାରେ ଅବସ୍ଥିତ ସୋମନାଥ ମନ୍ଦିର ଛାତ୍ର ଛାତ୍ରୀମାନେ ଦର୍ଶନ କରିଥିଲେ l ମନ୍ଦିରର ଐତିହାସିକ ଗାଥା ଶ୍ରବଣ କରିଥିଲେ l ମୁଖ୍ୟ ଅତିଥି ଓଜସ୍ୱିନୀ ଭାଷଣ ମାଧ୍ୟମରେ ସାମୂହିକ ଶିବିରର ମହତ୍ତ୍ୱ ପ୍ରଦାନ କରି ଛାତ୍ରଛାତ୍ରୀମାନେ ଶିବିର ମାଧ୍ୟମରେ ନିଜ ଗୁଣ ବିକାଶ କରି ପାରିବେ ବୋଲି କହିଥିଲେ l ମୁଖ୍ୟବକ୍ତା ଛାତ୍ର ଛାତ୍ରୀମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ l ଡ଼ି ଏ ଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁର ଏବଂ ନିମାପଡାର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ ଜର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଶେଷରେ ବିଦ୍ୟାଳୟ ଶିକ୍ଷୟିତ୍ରୀ ମିଲି ଦାସ ମୁଖ୍ୟ ଅତିଥି, ପ୍ରିନସିପାଲ ମୁଖ୍ୟବକ୍ତା ଏବଂ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *