ନିମାପଡା ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର,ନୂଆ ମଠସାହି ଗ୍ରାମରେ ପବିତ୍ର କୁମାର ପୁର୍ଣ୍ଣିମା ଅବସରରେ କୁମାର ଉତ୍ସବ ଧୁମଧାମ ରେ ପାଳିତ ହୋଇ ଯାଇଛି।ପ୍ରତ୍ୟେକ ବର୍ଷଠାରୁ ଏହି ବର୍ଷ କିଛି ଅଲଗା କରିବା ପାଇଁ ଦୁଇ ଗ୍ରାମ ଏକାଠି ହୋଇ ନୂଆ ମାଠସାହି ଆଖଣ୍ଡଳମଣି ଯୁବ ପରିଷଦର ସଭାପତି ଅକ୍ଷୟ କୁମାର ସାହୁଙ୍କ ନେତୃତ୍ବରେ କଣ୍ଡେଇ ବାହାଘର ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଘରର ରୀତିନୀତି ଅନୁସାରେ ଦୁଇଟି ଝିଅ ବର ଓ କନ୍ୟା ବେଶ ସାଜିଥିଲେ। ବର ପକ୍ଷରୁ ବାଜା ବାଣ ଓ ରୋଷଣୀ କରି ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚି ଥିଲେ। କନ୍ୟା ଘର ବରକୁ ବନ୍ଦାପନା କରି ଘରକୁ ପାଛୋଟି ନେଇଥିଲେ। ବିବାହ ବେଦିରେ ପୁରୋହିତ ବିବାହ ମନ୍ତ୍ର ପଢି ଦୁଇ ଜଣ କନ୍ୟାଙ୍କ ବିବାହ ସମ୍ପୂର୍ଣ୍ଣ କରିଥିଲେ। ପରେ ବାହାଘରରେ ଆସିଥିବା ବରଯାତ୍ରୀ ମାନେ ଭୋଜି ଭାତ ଖାଇ ଘରକୁ ଫେରିଥିଲେ।ଏହି ଉତ୍ସବରେ ନୂଆ ମଠ ସାହି ବର ଗାଁ ହୋଇ ଥିବା ବେଳେ ଶ୍ୟାମସୁନ୍ଦରପୁର କନ୍ୟା ଗାଁ ହୋଇ ଥିଲା।ଏହି ଉତ୍ସବଟିକୁ ସରସ ସୁନ୍ଦର କରିବା ପାଇଁ ଦୁଇଟି ଗ୍ରାମର ଗ୍ରାମବାସୀ ମାନେ ସହଯୋଗ କରିଥିଲେ।
ଧୁମ୍ ଧାମରେ ପାଳନ ହେଲା ପୂର୍ଣ୍ଣିମାରେ କଣ୍ଢେଇ ବାହାଘର



















Leave a Reply