ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଏତେ ପ୍ରକାର ଯୋଜନା କରିବା ସତ୍ତ୍ୱେ ବି ଦେଶରେ ପ୍ରତି ଘଣ୍ଟାରେ ୬ ଜଣ ମୃତ୍ୟୁ ଘଟୁଛି।

ସରକାରୀ ରିପୋର୍ଟ ମୁତାବକ ଦେଶରେ ପ୍ରତି ଘଣ୍ଟାରେ ୬ ଜଣ ମୃତ୍ୟୁ ଘଟୁଛି। ଏ କଥା ଆମେ କହୁନାହୁଁ; ଖୋଦ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏ ନେଇ ସୂଚନା ଦେଇଛନ୍ତି। ରାଜ୍ୟସଭାରେ ସେ କହିଛନ୍ତି ଯେ ୨୦୨୫ ବର୍ଷର ପ୍ରଥମ ୬ ମାସ ଅର୍ଥାତ୍‌ ଜାନୁଆରୀରୁ ଜୁନ୍‌ ମଧ୍ୟରେ ସାରା ଦେଶରେ ଜାତୀୟ ରାଜପଥରେ ୨୬,୭୭୦ ଜଣଙ୍କର ମୃତ୍ୟୁ ହୋଇଛି।
ସେହି ସମୟରେ, ୨୦୨୪ ମସିହାରେ ରାଜପଥରେ ୫୨,୬୦୯ ଗୁରୁତର ଦୁର୍ଘଟଣା ରେକର୍ଡ କରାଯାଇଥିଲା। ଦୁର୍ଘଟଣା ରୋକିବା ପାଇଁ, ସରକାର ଏଟିଏମ୍‌, ସଡ଼କ ସୁରକ୍ଷା ଅଡିଟ୍‌ ଏବଂ କଠୋର ଟ୍ରାଫିକ୍‌ ନିୟମ ଲାଗୁ କରିଛନ୍ତି। ଏହା ସହିତ, ଜନସଚେତନତା ଅଭିଯାନ ମଧ୍ୟ ଚାଲିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ଜାତୀୟ ରାଜପଥ ପ୍ରାଧିକରଣ କିଛି ବ୍ୟସ୍ତବହୁଳ ଏବଂ ଗୁରୁତ୍ୱପୂର୍ଣ୍ଣ ରାଜପଥ ଏବଂ ଏକ୍ସପ୍ରେସୱେରେ ଆଡଭାନ୍ସଡ୍‌ ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ ସ୍ଥାପନ କରିଛି। ଏଥିରେ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେ, ଟ୍ରାନ୍ସ-ହରିଆଣା, ପୂର୍ବ ପେରିଫେରାଲ୍‌ ଏକ୍ସପ୍ରେସୱେ ଏବଂ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଭଳି ରୁଟ୍‌ ଅନ୍ତର୍ଭୁକ୍ତ ରହିଛି ବୋଲି ସୂଚନା ଦେଇଛନ୍ତି।
ଏହି ସିଷ୍ଟମରେ ଇଲେକ୍‌ଟ୍ରୋନିକ୍‌ ମନିଟରିଂ ଉପକରଣ ସଜ୍ଜିତ, ଯାହା ଦୁର୍ଘଟଣା କିମ୍ବା ଜରୁରିକାଳୀନ ପରିସ୍ଥିତି ବିଷୟରେ ତୁରନ୍ତ ସୂଚନା ପ୍ରଦାନ କରେ। ଏହା ସାହାଯ୍ୟରେ ଘଟଣାସ୍ଥଳକୁ ତୁରନ୍ତ ସାହାଯ୍ୟ ପଠାଯାଇପାରିବ ଏବଂ ଯାହା ଜୀବନ ରକ୍ଷା କରିବାରେ ସାହାଯ୍ୟ କରେ ବୋଲି ଗଡକରୀ କହିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ୧,୧୨,୫୬୧ କିଲୋମିଟର ଜାତୀୟ ରାଜପଥର ସଡ଼କ ସୁରକ୍ଷା ଅଡିଟ୍‌ କରାଯାଇଛି।
ପ୍ରକାଶ ଥାଉ କି ୨୦୨୨ ମସିହାରେ ଦେଶରେ ୪.୫ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୧.୫ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଦୁର୍ଘଟଣାର କାରଣ ସାଧାରଣତଃ – ଦ୍ରୁତ ଗତି, ବିନା ହେଲମେଟରେ ବାଇକ୍‌ ଚଲାଇବା ପ୍ରମୁଖ ବୋଲି କୁହାଯାଇଛି । ସରକାର ଏବେ ନିରନ୍ତର ସଡ଼କ ସୁରକ୍ଷା ଉପରେ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ ଏବଂ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ସାଧାରଣ ଲୋକଙ୍କ ଆଶା ଅଛି।ଏଥିପାଇଁ ଆମେ ସମସ୍ତେ ଟ୍ରାଫିକ ନିୟମ ମାନି ଚଳିବା ଦରକାର।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *