ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ଦ୍ବାରା ନିମାପଡା ଓ ବଳଙ୍ଗା ରେ ବିଭିନ୍ନ ପ୍ରକଳ୍ପ ର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତସ୍ଥାପନ

ତା ୨୦/୮- ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମାପଡା ଗସ୍ତ ସମୟରେ ତାଙ୍କ ଙ୍କ ଦ୍ଵାରା ଵଳଙ୍ଗା ଥାନା ଅଧିନ ଶାଇଁଶସାସନ ଓ ବଳଙ୍ଗା ମହାହାବିଦ୍ୟାଳୟ ଠାରେ ଶ୍ରେଣୀ ଗୃହ ଓ ବିଭିନ୍ନ ପଞ୍ଚାୟତରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ସହ ନୂତନ ଗୃହ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ପ୍ରଥମେ ବଳଙ୍ଗା ମହାବିଦ୍ୟାଳୟରେ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଓ ବଳଙ୍ଗା ମହାହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ନୂତନ ଗୃହ ଉଦ୍ଘାଟନ ହୋଇଥିବାବେଳେ ଶାଇଁସସାଶନ ପଞ୍ଚାୟତର ସୁବିଧା କେନ୍ଦ୍ର ୧୦ ଲକ୍ଷ ଟଙ୍କାର ଓ ଗ୍ରାମପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ଗୃହ ୩୦ ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।ପରେ ସାଇଶଶାସନ ଠାରେ ଏକ ସଭା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଳଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ ସାହୁ, ଡଃ ଅଭିଜିତ ଷଡ଼ଙ୍ଗୀ, ବଳଙ୍ଗା ମଣ୍ଡଳ ସଭାପତି ଦେବାଶିଷ ଆଚାର୍ଯ୍ୟ, ସାଂସଦ ପ୍ରତିନିଧି ମିନଲତା ମହାନ୍ତି, ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ ,ସରୋଜ ସାହୁ, ପ୍ରସନ୍ନ କୁମାର ଦାଶ, ପ୍ରମୁଖ ଉପସ୍ଥିତ ଥିଲେ|ଏହାପରେ ଧଳେଶ୍ୱରର ବୁଧେଇ ପ୍ରାଥମିକ ବିଦ୍ୟାଳୟଠାରେ ବୁଧେଇ ପ୍ରାଥମିକ ବିଦ୍ୟାଳୟ, ନହନ୍ତରା ପ୍ରାଥମିକ ବିଦ୍ୟାଳୟ, କୋପିନ୍ଦ-ପାଟେଳିଗ୍ରାମ ପ୍ରାଥମିକ ବିଦ୍ୟାଳୟ, କୋହ୍ଲଣା ପ୍ରାଥମିକ ବିଦ୍ୟାଳୟ, ଏକମକଣା ପ୍ରାଥମିକ ବିଦ୍ୟାଳୟ ଏବଂ ସଲଙ୍ଗ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ‌ ପାଇଁ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଗସ୍ତରେ ସେ ନିମାପଡ଼ା ବ୍ଲକ ଅଧିନସ୍ଥ ତେରୁଣ୍ଡିଆ ଗ୍ରାମପଞ୍ଚାୟତର କୁରୁକୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଏକ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *