ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଡ଼ି ଏ ଭି ପବ୍ଲିକ ସ୍କୁଲ, ନିମାପଡାରେ ସ୍ୱଚ୍ଛ ଉତ୍ସବ ପାଳନ

ନିମାପଡା (25.9.25) ଆଜି ଡ଼ି ଏ ଭି ସ୍କୁଲ ପରିସରରେ ସ୍କାଉଟ ଗାଇଡି ଛାତ୍ର- ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ର ପ୍ରିନସିପାଲ ଏମ. ଏମ ହକଙ୍କ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପରିସରରେ ଥିବା ଅନାବନା ଗଛ, ଅଳିଆ- ଆବର୍ଜନା ଏବଂ ରାସ୍ତା ସଫେଇ କରାଯାଇଥିଲା l ବିଦ୍ୟାଳୟର ପ୍ରିନସିପାଲ ଛାତ୍ରଛାତ୍ରୀମାନଙ୍କୁ ସ୍ୱଚ୍ଛତାର ମହତ୍ତ୍ୱ ସମ୍ପର୍କ ରେ ଅଭିବ୍ୟକ୍ତି ପ୍ରଦାନ କରିଥିଲେ l  ଉତ୍ତମ ସ୍ୱାସ୍ଥ୍ୟ ଓ ପଠନ ନିମନ୍ତେ ସ୍ୱଚ୍ଛତାର ଯଥେଷ୍ଟ ଆବଶ୍ୟକତା ରହିଛି l କାୟ ମନ ବାକ୍ୟରେ ସ୍ୱଚ୍ଛତା ସହିତ ଆମ ପରିବେଶକୁ ମଧ୍ୟ୍ୟ ସ୍ୱଚ୍ଛତା ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀମାନଙ୍କ ମିଳିତ ଉଦ୍ୟମରେ ସ୍ୱଚ୍ଛତା ଅଭିଯାନ ସାଫଲ୍ୟ ମଣ୍ଡିତ ହୋଇଛି l

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *