ନିମାପଡ଼ା- ଆଜି ଡ଼ି ଏ ଭି ସ୍କୁଲ ନିମାପଡା ରେ ଛାତ୍ରଛାତ୍ରୀ ଓ ଶିକ୍ଷକ- ଶିକ୍ଷୟିତ୍ରୀଙ୍କ ଦ୍ୱାରା ନୂଆଖାଇ ପର୍ବ ପାଳିତ ହୋଇଯାଇଛି l l ବିଦ୍ୟାଳୟର ପ୍ରିନସିପାଲ ଏମ. ଏମ. ହକ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ବିଦ୍ୟାଳୟର ଛାତ୍ର ଅଂଶୁମାନ ଭଜନ ଗାନ କରି ସମସ୍ତ ଶ୍ରୋତା ଓ ଦର୍ଶକଙ୍କ ହୃଦୟକୁ ଜିଣି ନେଇଥିଲେ l ବିଦ୍ୟାଳୟର ସଂଗୀତ ଶିକ୍ଷକ ପୀତବାସ ନାୟକ ଏବଂ ତାଙ୍କର ସହଯୋଗୀ ସଂଗୀତର ତାଳେ ତାଳେ ବାଦ୍ୟ ପରିବେଷଣ କରିଥିଲେ l ଛାତ୍ରୀ ଦିଶା ନନ୍ଦିନୀ ଓଝା ସମ୍ବଲପୁରୀ ନୂଆଖାଇ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ଆନନ୍ଦିତ କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କୁ ନୂଆଖାଇ ଏକ ସାମାଜିକ ପର୍ବ ଓ ବର୍ଷର ପ୍ରଥମ ଶସ୍ୟ ମାଆ ଲକ୍ଷ୍ମୀ ଓ ସମଲେଶ୍ୱରୀ ଦେବୀଙ୍କ ନିକଟରେ ଅର୍ପଣ କରି ତାହାକୁ ପ୍ରସାଦ ରୂପେ ସେବନ କରନ୍ତି ବୋଲି ଅଭିଭାଷଣରେ ପ୍ରଦାନ କରିଥିଲେ l ଏହା ପଶ୍ଚିମ ଓଡିଶାର ଗଣ ପର୍ବ l ଏହି ପର୍ବ ସମାଜରେ ଭାତୃତ୍ୱ ଭାବ ଜାଗ୍ରତ କରାଇଥାଏ l ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଶିକ୍ଷୟିତ୍ରୀ ବାଗେଶ୍ବରୀ ଦାଶ ଓ ଅନୁ କୁମାରୀଙ୍କ ଦ୍ୱାରା ସଂଚାଳିତ ହୋଇଥିଲା l
ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାରେ ନୂଆଖାଇ ପର୍ବ ପାଳିତ l



















Leave a Reply