ନିମାପଡା (26.11.25) ଆଜି ନିମାପଡା ସ୍ଥିତ ଡ଼ି ଏ ଭି ପବ୍ଲିକ ସ୍କୁଲର 27ତମ ପ୍ରତିଷ୍ଠା ଦିବସ l ଏହି ପବିତ୍ର ଦିବସରେ ବିଦ୍ୟାଳୟ ପ୍ରାଙ୍ଗଣରେ ଆଚାର୍ଯ୍ୟ ବୀରେନ୍ଦ୍ର କରଙ୍କ ଦ୍ୱାରା ଆର୍ଯ୍ୟ ସମାଜ ରୀତିରେ ଯଜ୍ଞଆହୁତି କରାଯାଇଥଲା l ବିଦ୍ୟାଳୟର ଅଧ୍ୟକ୍ଷ ଏମ. ଏମ. ହକ ଏବଂ ବରିଷ୍ଠ ଶିକ୍ଷକ ସଦାଶିବ ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଶିକ୍ଷକ – ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପବିତ୍ର ଯଜ୍ଞ କରାଯାଇଥିଲା l ଏହି ପବିତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମ୍ୟାନେଜର ଦେବେନ୍ଦ୍ର ସେଠୀ, ସମ୍ମାନିତ ଅତିଥି ଭାବରେ ମହେନ୍ଦ୍ରସିଂ ଭାଟିଆ ଏବଂ ଯୋଗେନ୍ଦ୍ର ସାହୁ, ବିଦ୍ୟାଳୟର ପ୍ରିନସିପାଲ ଏମ. ଏମ. ହକ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ l ବିଦ୍ୟାଳୟର ଅଧକ୍ଷ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କର ପରିଚୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଅଧ୍ୟକ୍ଷ ବିଦ୍ୟାଳୟ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ l ରକ୍ତଦାନ ଦ୍ୱାରା ଅନ୍ୟର ଜୀବନ ବଞ୍ଚାଇବା ସହ ନିଜର ଶରୀର ସୁସ୍ଥ ରୁହେ ସେ ସମ୍ପର୍କରେ ଅଭିଭାଷଣ ରଖିଥିଲେ l ମୁଖ୍ୟ ଅତିଥି ନିଜର ଓଜସ୍ୱିନୀ ଅଭିବ୍ୟକ୍ତି ମାଧ୍ୟମରେ ରକ୍ତ ଦାନର ମହତ୍ତ୍ୱ ସମ୍ପର୍କରେ କହିଥିଲେ l ବିଦ୍ୟାଳୟରେ ଛାତ୍ରଛାତ୍ରୀ ନିଜର ଭବିଷ୍ୟତ ଗଠନ କରିବା ସହ ସାମାଜିକତା, ପରୋପକାରିତା ଆଦି ଗୁଣ ଶିକ୍ଷା କରିଥାନ୍ତି l ସମ୍ମାନିତ ଅତିଥି ନିଜର ଅଭିବ୍ୟକ୍ତି ମାଧ୍ୟମରେ “ରକ୍ତ ଦାନ ମହତ ଦାନ” ସେ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ l ବିଦ୍ୟାଳୟର ଏହି ପବିତ୍ର ଦିବସରେ ରକ୍ତ ସଂଗ୍ରହ ନିମନ୍ତେ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ, କଟକରୁ ଅଭିଜ୍ଞ ଡାକ୍ତର ରାଜ ନାରାୟଣ ସ୍ୱାଇଁ ଏବଂ ତାଙ୍କ ସହକର୍ମୀ ଆସିଥିଲେ l ବିଦ୍ୟାଳୟର ଅନେକଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ସମେତ ଅନେକ ଅବିଭାବକ ଓ ଅବିଭାବିକା ରକ୍ତଦାନ କରିଥିଲେ l ଡାକ୍ତରୀ ଦଳ ରକ୍ତଦାନ ଶିବିରରେ 46 ୟୁନିଟ ରକ୍ତ ସଂଗ୍ରହ କରିଥିଲେ l




















Leave a Reply