ନିମାପଡ଼ାରେ ପ୍ରତିଷ୍ଠିତ ଚିତ୍ର କଳା ପ୍ରଶିକ୍ଷଣ ପ୍ରତିଷ୍ଠାନ ସାରଦା ଆର୍ଟ ଏକାଡେମୀ ପକ୍ଷରୁ ଏକ ଚିତ୍ରକଳା ପ୍ରଦର୍ଶନୀ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷିରେ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ରାଜ୍ୟ ସ୍ତରୀୟ ଚିତ୍ରଶିଳ୍ପୀ ଓ ଭାସ୍କକଯ୍ୟ ଶିଳ୍ପୀ ପ୍ରତାପ ଚନ୍ଦ୍ର ଜେନା,ସମାଜସେବୀ ତଥା PPWO ର ସଭାପତି ଗଗନ ବିହାରୀ ଦାସ, ଲିଟିଲ ଷ୍ଟାର ଗ୍ରୁପ ର ସମ୍ପାଦକ ସୁମନ୍ତ ମହାରଣା , ଶିକ୍ଷାବିତ ପ୍ରକାଶ ଖଟୋଇ ,ଚିତ୍ରଶିଳ୍ପୀ ଗୁରୁ ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ, ଚିତ୍ରଶିଳ୍ପୀ ସତ୍ୟଜିତ ମହାରଣା ପ୍ରମୁଖ ଯୋଗଦେଇଥିବା ବେଳେ ଏକ ଶହ ଛାତ୍ରଛାତ୍ରୀ ମାନେ ନିଜ ନିଜର ଚିତ୍ରକଳା ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷିରେ ଛୋଟ ଛୋଟ ପିଲା ମାନେ ଆଙ୍କିଥିବା ଭଗବାନ ଶ୍ରୀଗଣେଶଙ୍କର ବିଭିନ୍ନ ଆକୃତିର ଚିତ୍ର ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲା।
ଏଠାରେ ସୂଚନାଯୋଗ୍ୟ ସାରଦା ଆର୍ଟ ଏକାଡେମୀ ଛୋଟ ଛୋଟ ପିଲା ମାନଙ୍କୁ ନିୟମିତ ଭାବରେ ଚିତ୍ରକଳା ପ୍ରଶିକ୍ଷଣ ପ୍ରଦାନ କରିବା ସହ ପିଲାମାନେ କିଭଳି କଳା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିବେ ଏବଂ ନିମାପଡ଼ା କିଭଳି ଚିତ୍ରକଳାରେ ନିଜର ସ୍ବତନ୍ତ୍ର ସ୍ଥାନ ଅଧିଗ୍ରହଣ କରିବ ସେ ଦିଗରେ ସଦାସର୍ବଦା ପ୍ରୟାସ କରିଥାଏ।
ଚିତ୍ର କଳା ପ୍ରଦର୍ଶନୀ ଶ୍ରୀ ଗଣେଶ ଅନୁଷ୍ଟିତ



















Leave a Reply