ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଚାଷୀ ମାରଣା ନୀତି ପ୍ରତିବାଦରେ ଆଜି ନିମାପଡ଼ାରେ ବିଜେଡିର ବିକ୍ଷୋଭ ଓ ସମାବେଶ

ନିମାପଡା: ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ପ୍ରତିବାଦରେ ଆଜି ନିମାପଡାରେ ବିଜେଡ଼ିର ପୁରୀ ଜିଲ୍ଲାସ୍ତରୀୟ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି । ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଉମା ସାମନ୍ତରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଜିଲ୍ଲାର ବହୁ ଆଗଧାଡିର ବିଜେଡ଼ି ନେତା,ବିଧାୟକ ,ସାଂସଦ ଯୋଗ ଦେଇଥିଲେ। ବିଜେପି ର ଡବଲ ଇଞ୍ଜିନ ସରକାର ଚାଷୀ ମାରଣା ନୀତି ଆପଣାଇଛି। ଧାନ ମଣ୍ଡିରେ ଅବ୍ୟବସ୍ଥା ଲାଗିରହିଛି। ନିର୍ବାଚନ ସମୟରେ ବିଜେପି ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି।

ମଣ୍ତିରେ କଟନ ଛଟନୀ ଚାଲିଥିବା ବେଳେ ଧାନ କୁଇଣ୍ଟାଲର ସହାୟକ ମୂଲ୍ୟ ୩୧୦୦ ଟଙ୍କା ଦେବା ପାଇଁ ସରକାର ଧାର‌୍ୟ୍ୟ କରିଥିଲେ ତେବେ ୮୦୦ ଟଙ୍କା ଇନପୁଟ ସହାୟତା ରାଶି କାହିଁ ବୋଲି ବିଜେଡ଼ି ନେତା ପ୍ରଶ୍ନ କରି ବିଜେପି ସରକାରକୁ ସମାଲୋଚନା କରିଛନ୍ତି। ଏହି ଅବସରରେ ନୂଆ ବସଷ୍ଟାଣ୍ଡ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ଟାଉନ ହଲ ପଡ଼ିଆରେ ପହଞ୍ଚିଥିଲା। ସମାବେଶରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବିଜେଡ଼ି କର୍ମୀ ଓ ଚାଷୀ ଯୋଗ ଦେଇଥିଲେ।

ପ୍ରତିବାଦ ସଭାରେ ପୁରୀ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ଉମାକାନ୍ତ ସାମନ୍ତରାୟ, ରାଜ୍ୟ ବିଜେଡ଼ି ଉପ ସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା,କାକଟପୁର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ଓ ଜିଲ୍ଳାର ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ସହ ଜିଲାପରିଷଦ ଉପାଧ୍ୟକ୍ଷ ସ୍ବାଧୀନ ନାୟକ, ଜିଲା ମହିଳା ବିଜେଡ଼ି ସଭାପତି କସ୍ତୁରିବାଳା ସ୍ବାଇଁ ଏନ.ଏ.ସି ଅଧ୍ୟକ୍ଷା ସସ୍ମିତା ସାହୁ, ନିମାପଡ଼ା ବିଜେଡ଼ି ନେତୃତ୍ବ ସୁବ୍ରତ ଛାଟୋଇ କାଉନସିଲର ଧନୁର୍ଦ୍ଧର ଦାସ, ନିମାପଡ଼ା ବିଜେଡ଼ି ନେତା ଭାଗ୍ୟଧର ଖଟେଇ, ମାନସ ପ୍ରଧାନ ,ଦିଲିପ ପାତ୍ର ପ୍ରମୁଖ ଯୋଗଦେଇଥିଲେ|

 

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *