ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ୨୨ ଦିନ ବିତିଗଲା ପରେ ଆଜି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛି କଂଗ୍ରେସ

 

ବଳଙ୍ଗା ନାବାଳିକା ପୋଡ଼ି ଘଟଣାର ୨୨ ଦିନ ବିତିଗଲା ପରେ ତଥାପି ଘଟଣାକୁ ନେଇ ରାଜନୀତି ଥମିବାର ନାଁ ନେଉନି। ପ୍ରଥମେ ବିଜେଡ଼ି ଏବଂ ଆଜି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛି କଂଗ୍ରେସ । ନାବାଳିକା ପୀଡ଼ିତାଙ୍କୁ ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସା ଧୀନ ଅବସ୍ଥାରେ ରହସ୍ୟ ଜନକ ମୃତ୍ୟୁକୁ ନେଇ ଆଜି ରାଜ୍ୟ କଂଗ୍ରେସର ଖେଲାର ଠାରୁ ଆରମ୍ଭ କରି ଭାୟା ବଳଙ୍ଗା ବାୟାବର ଓ ନିମାପଡା ପର୍ଯ୍ୟନ୍ତ ନାରୀନ୍ୟାୟ ପଦଯାତ୍ରା କରିଥିଲା। କଂଗ୍ରେସର ଏହି ନାରୀ ନ୍ୟାୟ ପଦଯାତ୍ରାରେ ଆଜି ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାଶଙ୍କ ସଭାପତିତ୍ୱରେ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସହିତ ହଜାର ହଜାର କଂଗ୍ରେସ କର୍ମକର୍ତ୍ତା ଖେଲାର ଠାରୁ ଭାୟା ବୟାବର ଦେଇ ନିମାପଡ଼ା ପର୍ଯ୍ୟନ୍ତ ପଦଯାତ୍ରା ସହିତ ବାଇକ୍ ଶୋଭାଯାତ୍ରାରେ ଯାଇଥିଲେ । ଏହି ପରିପ୍ରେକ୍ଷିରେ ପିସିସି ସଭାପତି ଭକ୍ତ ଚରଣ ଦାସ ବଳଙ୍ଗା ପୀଡ଼ିତାଙ୍କ କବର ସ୍ଥାନ ନିକଟକୁ ଯାଇ ସେଠାରେ ପୁଷ୍ପମାଲ୍ୟା ଅର୍ପଣ କରିବା ସହିତ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। ସେଠାରୁ ସିଧା ସଳଖ ପୀଡ଼ିତାଙ୍କୁ ପୋଡ଼ା ଯାଇଥିବା ଘଟଣା ସ୍ଥଳ ବୁଲିବା ସହିତ ପ୍ରତ୍ୟକ୍ଷ ଦର୍ଷି ଦୁଃଖୀଶ୍ୟାମ ସେନାପତିଙ୍କ ଘର ନିକଟକୁ ଯାଇ ତାଙ୍କ ଧର୍ମ ପତ୍ନୀଙ୍କ ସହ ୧୦ମିନିଟରୁ ଉର୍ଦ୍ଧ ଘଟଣା ବିଷୟରେ ଆଲୋଚନା କରିଥିଲେ। ପରେ ପରେ ବଳଙ୍ଗା ମୁଖ୍ୟ ବଜାରରୁ ସିଧା ନିମାପଡ଼ା ଆଭିମୁଖ୍ୟ ବାହାରିଥିଲା ଭକ୍ତଙ୍କ ପଦଯାତ୍ରା। ସନ୍ଧ୍ୟାରେ ନିମାପଡ଼ା ପୁର୍ଣ୍ଣେଶ୍ବର ମନ୍ଦିର ସାମ୍ନାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ପିସିସି ସଭାପତି ଭକ୍ତ ଦାସ ।ଏହି ସଭାରେ ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ସାଂସଦ ଅର୍ଜୁନ ସେଠୀ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜେଶ ମିଶ୍ର, ନିମାପଡା ବ୍ଲକ କଂଗ୍ରେସ କମିଟି ସଂଯୋଜକ କାଳନ୍ଦୀ ବାରିକ, ନିମାପଡା ନଗର କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପପୁନୀ ବସ୍ତିଆ, ନାରୀନେତ୍ରୀ ସୁରଭି ବିଶୋଇ, ସସ୍ମିତା ମେହେର, ଜୟଶ୍ରୀ ପାତ୍ର, ନିରୁପମା ମହାପାତ୍ର ଇତ୍ୟାଦି ପ୍ରମୁଖ ଯୋଗ ଦେଇଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *