ବଳଙ୍ଗା ବାୟାବର ନାବାଳିକା ମୃତ୍ୟୁ ପ୍ରତିବାଦରେ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛି ବିଜେଡ଼ି। ନାବାଳିକା ମୃତ୍ୟୁର ପୁଙ୍ଖାନୁପୁଙ୍ଖ ତଦନ୍ତ ନକରି ଘଟଣାକୁ ଭିନ୍ନ ମୋଡ ଦେବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ଏନେଇ ଆସନ୍ତା ୭ ତାରିଖରେ ସମଗ୍ର ପୁରୀ ଜିଲ୍ଲାରେ ୬ ଘଣ୍ଟିଆ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବିଜେଡ଼ି। ଏହି ପରିପ୍ରେକ୍ଷୀରେ ଆଜି ଏକ ପ୍ରସ୍ତୁତି ବୈଠକ ନିମାପଡ଼ା ସ୍ଥିତ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ବିଭିନ୍ନ ନେତୃବୃନ୍ଦ, ନିମାପଡ଼ା ଗୋପ ନିର୍ବାଚନ ମଣ୍ଡଳୀ ଶତାଧିକ କର୍ମୀ, ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ, ବିଜେଡ଼ି ନେତା ସୁବ୍ରତ ଛାଟୋଇ, ନାରୀ ନେତ୍ରୀ କସ୍ତୁରୀ ବାଳା ସ୍ବାଇଁ, କୁଞ୍ଜ ଲତା ସାମଲ ପ୍ରମୁଖ ଯୋଗଦେଇ ଶାନ୍ତିପୂର୍ଣ୍ଣ ଭାବରେ ୬ ଘଣ୍ଟିଆ ପୁରୀ ଜିଲ୍ଲା ବନ୍ଦ କରିବାକୁ ଆଲୋଚନା କରିଥିଲେ।
ବଳଙ୍ଗା ପୀଡିତା ମୃତ୍ୟୁ ପ୍ରତିବାଦରେ ୬ ଘଣ୍ଟିଆ ପୁରୀ ଜିଲ୍ଲା ବନ୍ଦ କରିବ ବିଜେଡ଼ି

















Leave a Reply