ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଅତ୍ୟାଧୁନିକ ପଦ୍ଧତିରେ ମାଛ ଚାଷ କରିବା ପାଇଁ ପ୍ରଶିକ୍ଷଣ ଶିବିରରେ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଆଜି ନିମାପଡା ବ୍ଲକ ପରିସରରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଚାଷ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ମାଛଚାଷୀମାନଙ୍କୁ ସଠିକ୍ ପ୍ରକାରରେ କିପରି ମାଛ ଚାଷ କରି ପାରିବେ, ସେଥିରେ ଖାଦ୍ୟ ପ୍ରଦାନ, ଜଳ ପରିଚାଳନା ଓ ମାଛର ସ୍ୱାସ୍ଥ୍ୟ ନିର୍ଦ୍ଧାରଣ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।ବିଶେଷଜ୍ଞମାନେ ମାଛ ଚାଷରେ ଆଧୁନିକ ପଦ୍ଧତି, ବାଜାରୀକରଣ ପ୍ରକ୍ରିୟା ଓ ଅଧିକ ଆୟ ସୃଷ୍ଟି କରିବା ଉପାୟ ବିଷୟରେ ସଚେତନ କରିଥିଲେ। ସେଥିସହିତ, ମାଛ ଚାଷ ମାଧ୍ୟମରେ କିପରି ଗ୍ରାମୀଣ କୃଷକମାନେ ଆର୍ଥିକ ସ୍ୱାଧୀନତା ଓ ସ୍ୱୟଂରୋଜଗାରୀ ହୋଇପାରିବେ ସେଥିରେ ଜୋର୍ ଦିଆଯାଇଛି। ଶିବିରରେ ବହୁ ସଂଖ୍ୟକ୍ ମାଛଚାଷୀ, କୃଷକ ଓ ସ୍ଥାନୀୟ ଲୋକମାନେ ଯୋଗଦେଇଥିଲେ।ପରେ ପରେ ଟାଉନ ହଲ ଠାରେ କୃଷି ବିଭାଗ ଦ୍ଵାରା ଆୟୋଜିତ ସଫଳ ଚାଷୀମାନଙ୍କୁ ଆର୍ଥିକ ସହାୟତା କରାଯାଇଥିଲା। ପରେ ନିମାପଡା ଟାଉନ୍ ହଲ୍ ପରିସରରେ ଆଜି ବିଶେଷ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରି ପ୍ରଭାତୀ ପରିଡା ଯୋଗଦେଇ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ସମନ୍ୱିତ କୃଷି ପଦ୍ଧତି ଅନ୍ତର୍ଗତ, କୃଷି ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ଆର୍ଥିକ ସହାୟତା ପ୍ରଦାନ ପରେ, କାର୍ଯ୍ୟକ୍ରମରେ କାମଧେନୁ ଯୋଜନାର ଉଦ୍ଦେଶ୍ୟ ଓ କୃଷକମାନେ କିପରି ଏହାରୁ ଲାଭାନ୍ବିତ ହେବେ, ସେଥିରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଗାଈ ଓ ମହିଷ ପାଳନକୁ ପ୍ରୋତ୍ସାହନ, ଦୁଗ୍ଧ ଉତ୍ପାଦନ ବୃଦ୍ଧି, ଗ୍ରାମୀଣ କୃଷକଙ୍କର ଆର୍ଥିକ ସ୍ୱାଧୀନତା, ଓ ସ୍ୱୟଂରୋଜଗାର ସୃଷ୍ଟି କରିବା। କୃଷି ସହିତ ପଶୁପାଳନକୁ ସମନ୍ୱିତ କରିଲେ ଚାଷୀମାନେ ଦୁଇଟି ମାର୍ଗରୁ ଆୟ କରିପାରିବେ, ଯାହାର ଫଳରେ ପରିବାରର ଆର୍ଥିକ ସ୍ଥିତି ଦୃଢ଼ ହେବ।
କାର୍ଯ୍ୟକ୍ରମରେ ବହୁ କୃଷକ, ପଶୁପାଳକ ଓ ସ୍ଥାନୀୟ ହିତାଧିକାରୀ ଉପସ୍ଥିତ ହୋଇ, କାମଧେନୁ ଯୋଜନାରେ ଲାଭବାନ ହୋଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *