ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଆପଣ ମାନେ ଗୋପ ରୁ ବାଲିଘାଇ ଦେଇ ରାସ୍ତାରେ ପୁରୀ ଯାଉଛନ୍ତି କି? ସାବଧାନ…

ଗୋପ -(BT )ଗୋପ ରୁ ବାଲିଘାଇ ଦେଇ ପୁରୀ ଯାଇଥିବା ମୁଖ୍ୟରାସ୍ତା ର ଗଣେଶ୍ୱରପୁର ବଜାର ପଛକୁ ନିମାପଡା ବ୍ରାଞ୍ଚ କେନାଲ ବ୍ରିଜ ପାଖ ରାସ୍ତା ଉପରେ ଏକ ବିରାଟ ଗର୍ତ୍ତ ହୋଇଅଛି । ଏହା ଦ୍ବାରା ବାରମ୍ବାର ଦୁର୍ଘଟଣା ଘଟୁଛି । ଏହି ରାସ୍ତା ଦେଇ ଦୈନିକ ହଜରହଜାର ଯାତ୍ରୀ ଯାତାୟାତ କରନ୍ତି। ସେମାନଙ୍କ ସୁରକ୍ଷା ଦୃଷ୍ଟି ରୁ ସ୍ଥାନୀୟ ଲୋକମାନେ ଓ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗ୍ରତ ଯୁବଶକ୍ତି ସଂଗଠନ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରି ସମସ୍ୟା ସମାଧାନ ପାଇଁ ପ୍ରଚେଷ୍ଟା କରିଛନ୍ତି । ସଂଗଠନ ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ଦାସ, ଗୋପ ବ୍ଲକ ସଂଗଠକ ସନ୍ତୋଷ କୁମାର ନାୟକ ଙ୍କ ସହିତ ଗଣେଶ୍ବରପୁର ପଞ୍ଚାୟତ ର କିଛି ମୁରବି, ଯୁବଗୋଷ୍ଠୀ, ସ୍ଥାନୀୟ ଜନସାଧାରଣ ଜରୁରୀ କାଳୀନ ଭିତ୍ତିରେ ରାସ୍ତା ର ଏହି ଗର୍ତ୍ତ କୁ ତୁରନ୍ତ ମରାମତି କରିବା ସହ କଲଭର୍ଟ କାର୍ଯ୍ୟ ଟି ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ପୂର୍ତ୍ତ ବିଭାଗ ନିକଟରେ ଦାବି କରିଛନ୍ତି ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *