ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

`ନିମାପଡ଼ାରେ ବଡ଼ ଧରପକଡ଼! ଅମିନ ବିଜୟ ଗହଚାର୍ଯ୍ୟ ଆଜି ଭିଜିଲାନସ ଜାଲରେ ..

ନିମାପଡ଼ା ବ୍ଲକ ଅଧିନ ରେ ଥିବା NAC ରେ 29.11.2025 ସଂଧ୍ୟା ଭିଜିଲାନ୍ସ ବିଭାଗ ଦ୍ଵାରା ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଚାଲି, ବିଜ୍ଞାପିତ ପରିଷଦର କର୍ମଚାରୀ ଶ୍ରୀ ବିଜୟ କୁମାର ଗ୍ରହଚାର୍ଯ୍ୟଙ୍କୁ ରଙ୍ଗ ବୋଳା ଟଙ୍କା ସହିତ ରେଡ୍ ହାଣ୍ଡେଡ୍ ଧରାପଡିଛନ୍ତି ।
ସୂଚନା ଅନୁସାରେ, ସୂଚନା ଅଧିକାର କର୍ମୀ ଶ୍ରୀ ରଘୁନାଥ ମିଶ୍ରଙ୍କ ଗୃହ ନିର୍ମାଣ ପାଇଁ NAC ର ଅପ୍ରୋଭାଲ ଦେବା ବେଳେ, ଗ୍ରହଚାର୍ଯ୍ୟ ଅଧିକ ଟଙ୍କା ଦାବୀ କରୁଥିଲେ। ସରକାରୀ ନିୟମ ଠାରୁ ଅଧିକ ଅର୍ଥ ଅନୁରୋଧ ହେବାରୁ, ଶ୍ରୀ ମିଶ୍ର ଭିଜିଲାନ୍ସ ବିଭାଗର ଦ୍ୱରସ୍ଥ ହୋଇଥିଲେ।
ଭିଜିଲାନ୍ସ ଟିମ୍ ପୂର୍ବ ଯୋଜନା ଅନୁସାରେ ଟ୍ରାପ୍ ଅପରେସନ୍ ପରିଚାଳନା କରି, ଗ୍ରହଚାର୍ଯ୍ୟଙ୍କୁ ରଙ୍ଗ ବୋଳା ଟଙ୍କା ଗ୍ରହଣ କରିବା ବେଳେ ଗିରଫ କରିଛନ୍ତି। ଘଟଣାସ୍ଥଳରେ ଥିବା ଟଙ୍କା ଜବତ କରାଯାଇଛି ଏବଂ ଆଗକୁ ଆଇନୀ ଅନୁସାରେ ତଦନ୍ତ ଚାଲିଛି।
ନିମାପଡ଼ା ଏରିଆରେ ଏହି ଧରପକଡ଼ ଦେଶେ ରାଜ୍ୟରେ ବୃଦ୍ଧି ହେଉଥିବା ଦୁର୍ନୀତିବିରୋଧୀ କାର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ , ବର୍ତ୍ତମାନ୍ ସରକାର ଙ୍କ ଦ୍ଵାରା ଦୁର୍ନୀତି ଅଭିଯୋଗରେ ବହୁ ଅଫିସର ଗିରଫ ହେଲେଣି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *