ନିମାପଡା(BT)-ନିମାପଡା ର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ଆଦର୍ଶ କଲଚୁରାଲ ଟ୍ରଷ୍ଟ (ACET)ପକ୍ଷରୁ ଏକ ନିଆରା ରଙ୍ଗ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପିଲାମାନେ ଦେହରେ ରଙ୍ଗ ବୋଲିବା ପରିବର୍ତ୍ତେ ରଙ୍ଗ କୁ ନିଜ ତୁଳି ରେ ବେଶ ସୁନ୍ଦର ଭାବରେ ସଜାଇଥିଲେ କାନଭାସ ଉପରେ।ପିଲାମାନଙ୍କ ରଙ୍ଗ ତୁଳି ରେ ଚିତ୍ର ଗୁଡିକ ସତେ ଯେମିତି ଜୀବନ୍ତ ହୋଇ ଉଠିଥିଲା।ଦୋଳ ବିମାନ ଆମ ଆରାଧ୍ୟ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ ଆଦି ବିଭିନ୍ନ ଦେବା ଦେଵୀ ଙ୍କୁ ପିଲାମାନେ ବେଶ ନିଖୁଣ ଭାବେ ଆଙ୍କି ଥିଲେ। ପରେ ରାଷ୍ଟ୍ରପତି ପୁରସ୍କାର ପ୍ରାତ ପଟଚିତ୍ର ଶିଳ୍ପୀ ଶରତ କୁମାର ପ୍ରଧାନ ଓ ଲିଟିଲ ଷ୍ଟାର ଗ୍ରୁପ ର ସମ୍ପାଦକ ସୁମନ୍ତ ମହାରଣା ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ ମଧ୍ୟ କରିଥିଲେ।କାର୍ଯ୍ୟକ୍ରମ ରେ ବହୁ ଆଗ୍ରହୀ ଛାତ୍ର ଛାତ୍ରୀ ଯୋଗ ଦେଇଥିବା ବେଳେ ଅନୁଷ୍ଠାନ ର କଳା ଶିକ୍ଷକ ସାରଦା ପ୍ରସନ ବେହେରା ଓ ପ୍ରଜ୍ଞା ପାରିମିତା ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଅମାନିଆ ରଙ୍ଗ ତୂଳୀ ରେ ନିଆରା ରଙ୍ଗ ଉତ୍ସବ। ରଙ୍ଗ ଗାଲ ରେ ନବୋଳି କାନ୍ଥରେ ଲଗେଇ ହୋଲି ପାଳନ କରିବା।



















Leave a Reply